ଧର୍ମ

ନୀଳଗିରିରେ ଶଗଡ ଗାଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମାଉସୀ ମା’ ମନ୍ଦିରକୁ ଆଣିବାକୁ ମିଳିଲାନି ଅନୁମତି, ଅନବସର ସ୍ଥାନରେ ପାଇଲେ ପୂଜା

ନୀଳଗିରି ୧୨।୭: ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରଥଯାତ୍ରା ଦ୍ବିତୀୟ ଥର ପାଇଁ କୋଭିଡ୍ ଧୋଇନେଇଛି। ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ମଧ୍ୟ କୌଣସି ସୁଫଳ ନମିଳିବାରୁ ଖାଲି ନୀତିକାନ୍ତିରେ ରଥଯାତ୍ରା ସୀମିତ ରହିବ ବୋଲି ଜଣାପଡିଥିଲା। ହେଲେ ଆଜି ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ନୀତିକାନ୍ତିରେ ବିଭ୍ରାଟ ହୋଇଥିବା ନଜରକୁ ଆସିଛି। ଲକ୍ଷ ଲକ୍ଷ ଭକ୍ତ ରଥଦାଣ୍ଡରେ ଦୁଇ ବର୍ଷ ତଳେ ଭରପୁର ହୋଇଥିଲେ। ହେଲେ ଆଜି ଭଳି ପବିତ୍ର ରଥଯାତ୍ରା ଦିନରେ ଖାଁ ଖାଁ ଲାଗୁଛି। ପୁରୀ ଶ୍ରୀମନ୍ଦିର ସହିତ ନୀଳଗିରି ଜଗନ୍ନାଥ ମନ୍ଦିରର ଅନେକ ସାମଞ୍ଜସ୍ୟ ରହିଛି।


ପୁରୀ ଭଳି ନୀତିକାନ୍ତିରେ ଏଠାରେ ପୂଜାର୍ଚ୍ଚନା ହେଉଥିବା ବେଳେ ରଥଯାତ୍ରା ତିନି ଦିନ ଧରି ଅନୁଷ୍ଠିତ ହୋଇଥାଏ। ହେଲେ କୋଭିଡ୍ ମହାମାରୀ କାରଣରୁ ଗତବର୍ଷ ନୀଳଗିରି ରଥଯାତ୍ରା ସ୍ଥଗିତ ହୋଇଥିଲା। ଚଳିତବର୍ଷ ହାଇକୋର୍ଟ ପୁରୀ ଛାଡିଦେଲେ ଆଉ କେଉଁଠାରେ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ ବୋଲି ନିର୍ଦ୍ଦେଶ ଦେବା ପରେ ଭକ୍ତଙ୍କ ଭାବାବେଗକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଭକ୍ତଙ୍କୁ ନିରାଶ ହେବାକୁ ପଡିଥିଲା। ତେବେ ଶୁକ୍ରବାର ଦିନ ରୀତିନୀତିରେ ପୂଜାର୍ଚ୍ଚନା ପରେ ନେତଉତ୍ସବ ଅନୁଷ୍ଠିତ ହୋଇଥିଲା। ତିନିଠାକୁର ମଧ୍ୟ ନବଯୌବନ ବେଶ ହୋଇଥିଲେ। ହେଲେ ଦୁଇଦିନ ସଟଡାଉନ କାରଣରୁ ଭକ୍ତ ଶୂନ୍ୟ ହୋଇଥିଲା ଜଗନ୍ନାଥ ମନ୍ଦିର। ଶଗଡ଼ ଗାଡ଼ିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମାଉସୀ ମା’ ମନ୍ଦିରକୁ ଆଣି ନୀତିକାନ୍ତି ପାଇଁ ଅନୁମତି ମଗାଯାଇଥିଲେ ମଧ୍ୟ କଟକଣା କାରଣରୁ ଜିଲ୍ଲାପାଳ ଅନୁମତି ଦେଇନଥିବା ଜଣାପଡିଛି।


ଆଜି ମନ୍ଦିର ପରିସରରେ ରଥଯାତ୍ରା ବିଧି ଅନୁଷ୍ଠିତ ହେବ ବୋଲି ସମସ୍ତେ ଆଶା ପ୍ରକଟ କରିଥିଲେ। ହେଲେ ଅନବସର ସ୍ଥାନରେ ଆଜି ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଉଥିବା ନଜରକୁ ଆସିଛି। ଅନ୍ୟତ୍ର ତିନି ବିଗ୍ରହଙ୍କୁ ନେଇ ନୀତିପୂଜା ମଧ୍ୟ କରାଯାଇ ନାହିଁ। ଭକ୍ତଙ୍କ ସମେତ ପୂଜକମାନେ ଘଟଣାକୁ ନେଇ ଭାଙ୍ଗି ପଡିଛନ୍ତି। ତେବେ ଟ୍ରଷ୍ଟ ବୋର୍ଡ ତରଫରୁ ରଥଯାତ୍ରା ପାଇଁ ବହୁ ଚେଷ୍ଟା କରାଯାଇଥିଲା। ହେଲେ ଅନୁମତି ନମିଳିବାରୁ ଆଜି ଐତିହାସିକ ରଥଯାତ୍ରାରୁ ଅଞ୍ଚଳବାସୀ ବଞ୍ଚିତ ହୋଇଥିବା କୁହାଯାଇଛି। ଐତିହାସିକ ରଥଯାତ୍ରା ନୀତି ବିଭ୍ରାଟ ଘଟିବା ଅଞ୍ଚଳ ପାଇଁ ଶୁଭ ସଙ୍କେତ ନୁହଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ