ମନୋରଞ୍ଜନ

ଅମିତାଭ ବି ଅପଦସ୍ଥ ହେଇଥିଲେ

ହିନ୍ଦୀ ଚଳଚ୍ଚିତ୍ର ‘ଶକ୍ତି’ରେ ଦିଲୀପ କୁମାରଙ୍କ ସହ ଅମିତାଭ ବଚ୍ଚନ ଅଭିନୟ କରୁଥିଲେ। କ୍ୟାମେରା ସାମନାରେ ସଟ୍ ଦେବା ବେଳେ ହଠାତ୍ ଦିଲୀପ କୁମାର ଚିତ୍କାର କରିଉଠିଥିଲେ। ସେ କହିଥିଲେ, ଅମିତାଭଙ୍କୁ ଭଳକରି ରିହାର୍ସାଲ୍ କରି ସେଟ୍‌କୁ ଆଣ। ଯେତେବେଳେ ଅମିତାଭ ରିହାର୍ସାଲ୍ କଲେ, ପ୍ରଚ୍ଛଦପଟରୁ କିଛି ବିଶୃଙ୍ଖଳିତ ଶବ୍ଦ ଶୁଣିବାକୁ ମିଳିଲା। ଅମିତାଭ ଏଥିପାଇଁ ଦିଲୀପ କୁମାରଙ୍କୁ ଆରୋପ କଲେ। କାରଣ ସୁଟିଂସେଟ୍‌ରେ ଦିଲୀପ ବଡ଼ଜୋର ପାଟି କରୁଥିଲେ। ଅମିତାଭ କହିଥିଲେ ଜଣେ ବର୍ଷୀୟାନ ଅଭିନେତା ଏମିତି ଉଚ୍ଚ‌ସ୍ବରରେ ପାଟିତୁଣ୍ଡ କରିବା ସମିଚୀନ କି?

ଦିଲୀପ କହିଥିଲେ ‘ସେହେନଶା’ ଚଳଚ୍ଚିତ୍ରରେ ସଫଳତା ପାଇଥିବାରୁ ଅମିତାଭଙ୍କ ମନରେ ଗର୍ବ ଆସିଥିଲା। ସେଥିପାଇଁ ସେ ‘ଶକ୍ତି’ ଚଳଚ୍ଚିତ୍ରରେ ବେପରୁଆ ଭାବେ ଅଭିନୟ କରିଥିଲେ। ଅଭିନୟରେ କୌଣସି କଳାକାର ଅହମିକା ଦେଖାଇବା ଉଚିତ ନୁହେଁ ବୋଲି କହିଥିଲେ ଦିଲୀପ। ସେଦିନ ଅମିତାଭ ସୁଟିଂସେଟ୍‌ରେ ଏକରକମ ଅପଦସ୍ଥ ହେଇଥିଲେ। ପ୍ରକୃତରେ ଘଟଣା କ’ଣ ଥିଲା, ତାହା ୟୁନିଟ୍ ମେମ୍ବର ହିଁ ଜାଣିଥିବେ, ହେଲେ ଦିଲୀପ ଓ ଅମିତାଭ ସୁଟିଂସେଟ୍‌ରେ ଯେଭଳି ଛାଇଆଲୁଅର ଖେଳ ଖେଳିଥିଲେ, ତାହା ସେତେବେଳେ ନିର୍ଦ୍ଦେଶକ ରମେଶ ସିପ୍ପିଙ୍କୁ ମଧ୍ୟ ଚକିତ କରିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ