ମନୋରଞ୍ଜନ

ଝିଅକୁ ପୁରିଲା ୬ ମାସ: କୋହଲିଙ୍କ କୋଳରେ ଖେଳୁଥିବା ନଜର ଆସିଲା ବାମିକା, ଫଟୋ ସେୟାର କଲେ ଅନୁଷ୍କା

ନୂଆଦିଲ୍ଲୀ ୧୨/୦୭ : ଭାରତୀୟ କ୍ୟାପଟେନ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମା ଓ ଝିଅ ବାମିକାଙ୍କ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଟିମ ଇଣ୍ଡିଆ ଅଗଷ୍ଟରେ ଇଂଲଣ୍ଡ ସହ ଟେଷ୍ଟ ସିରିଜ ଖେଳିବ। ଏହା ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ୨୦ ଦିନର ବ୍ରେକ ଦିଆଯାଇଛି। ଏହି ସମୟରେ ଖେଳାଳିମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି।


କୋହଲି ମଧ୍ୟ ନିଜ ଅଲିଅଳି ଝିଅ ବାମିକା ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଚେଷ୍ଟା କରୁଛନ୍ତି। ଅନୁଷ୍କା କୋହଲିଙ୍କ ଝିଅକୁ ୬ ମାସ ପୁରା ହେବାର ଉତ୍ସବ ପାଳନ କରିଛନ୍ତି। ଅନୁଷ୍କା ସୋସିଆଲ ମିଡ଼ିଆରେ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋରେ ବାମିକା କୋହଲିଙ୍କ କୋଳରେ ଖେଳୁଥିବା ନଜର ଆସିଛନ୍ତି।

ଫଟୋ ସେୟାର କରି ଅନୁଷ୍କା ଶର୍ମା ଲେଖିଛନ୍ତି, ‘ତାର ଗୋଟିଏ ହସ ଆମର ପୁରା ଦୁନିଆ ବଦଳାଇପାରେ। ଆମର ଏହି ସ୍ନେହ ଓ ଭଲପାଇବା ସବୁଦିନ ଏମିତି ରହୁ।’ ଝିଅକୁ ୬ ମାସ ପୁରା ହେବା ଖୁସିରେ କୋହଲି ଓ ଅନୁଷ୍କା ଏକ ସୁନ୍ଦର କେକ ମଧ୍ୟ କାଟିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ