ଖେଳ

କୋପା ଆମେରିକା କପ୍ : ୨୮ ବର୍ଷ ପରେ ଚାମ୍ପିଅନ ହେଲା ଆର୍ଜେଣ୍ଟିନା, ମେସୀଙ୍କ ନେତୃତ୍ୱରେ ଜିତିଲା ଟାଇଟଲ୍

ଆମେରିକା, ୧୧/୦୭: କୋପା ଆମେରିକା କପ୍‌ରେ ଚାମ୍ପିଅନ ହେଲା ଆର୍ଜେଣ୍ଟିନା । ଦୀର୍ଘ ୨୮ ବର୍ଷ ପରେ ଲିୟୋନଲ ମେସୀଙ୍କ ନେତୃତ୍ୱରେ ଚାମ୍ପିଅନ ହେଲା ଆର୍ଜେଣ୍ଟିନା । ଶନିବାର ଖେଳାଯାଇଥିବା ଏହି ମୁକାବିଲାରେ ଆର୍ଜେଣ୍ଟିନା ବ୍ରାଜିଲକୁ ୧-୦ ଗୋଲରେ ହରାଇ ଟାଇଟଲ୍ ହାସଲ କରିଛି । ଏହାସହ ୧୫ ଥର ଏହି ଟାଇଟସ ଜିତି ରେକର୍ଡ କରିଛି ।

ଆର୍ଜେଣ୍ଟିନା ତରଫରୁ ଆଞ୍ଜେଲ ଡି ମାରିୟା ଗୋଟିଏ ଗୋଲ କରିଥିଲେ । ଡି ମାରିଆ ଖେଳର ୨୨ ତମ ମିନିଟରେ ପ୍ରତିପକ୍ଷକୁ ଗୋଲ୍ ଦେଇଥିଲେ ।

ଦଳର ଷ୍ଟାର ଫୁଟବଲର ଲିୟୋନଲ ମେସୀଙ୍କ ପାଇଁ ଏହି ଟାଇଟଲ ଖାସ ଅଟେ । କାରଣ ମେସୀ ବିଭିନ୍ନ କ୍ଲବ ତରଫରୁ ଖେଳି ଟାଇଟଲ ଜିତିଥିଲେ ମଧ୍ୟ ନିଜ ଦେଶକୁ କୌଣସି ବଡ ଟାଇଟଲ ଜିତାଇ ନଥିଲେ ।

କଣ ପାଇଁ ଖାସ

ଏହି ଫାଇନାଲ ମୁକାବିଲାରେ ବ୍ରାଜିଲ ଓ ଆର୍ଜେଣ୍ଟିନା ସାମ୍ନାସାମ୍ନି ହୋଇଥିଲେ । ତେବେ କେବଳ ମୁକାବିଲା ଦୁଇ ଦେଶ ନୁହେଁ ବରଂ ଷ୍ଟାର ଷ୍ଟ୍ରାଇକର୍ ଲିୟୋନଲ ମେସୀ ଓ ନେମାରଙ୍କ ମଧ୍ୟରେ ଥିଲା । କିନ୍ତୁ ପ୍ରଥମ ୨୨ ମିନିଟରେ ଆର୍ଜେଣ୍ଟିନା ବ୍ରାଜିଲ ବିରୋଧରେ ଗୋଲ୍ କରିସାରିଥିଲା ।

ସୂଚନାଯୋଗ୍ୟ, ଲିୟୋନଲ ମେସୀଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ୨୦୧୫ ଓ ୨୦୧୬ରେ ଦୁଇଥର ଫାଇନାଲରେ ପହଁଚିଥିଲା । କିନ୍ତୁ ଟାଇଟଲ ଜିତିନଥିଲା । ଦଳ ଶେଷ ଥର ପାଇଁ ୧୯୯୩ରେ କପ୍ ଜିତିଥିଲା ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ