ଖେଳ

ଟି୨୦ ବିଶ୍ୱକପ୍ ପାଇଁ ଶ୍ରୀଲଙ୍କା ଗସ୍ତ ଜରୁରୀ ନୁହେଁ, କାହିଁକି ଏମିତି କହିଲେ ମାଞ୍ଜରେକର

ନୂଆଦିଲ୍ଲୀ, ୦୯/୦୭: ଶିଖର ଧାଓ୍ୱନଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଶ୍ରୀଲଙ୍କା ଗସ୍ତ କରିଛି । ଶ୍ରୀଲଙ୍କା ବିପକ୍ଷରେ ଜୁଲାଇ ୧୩ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବ । ଏହି ଗସ୍ତରେ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଇଛି । କାରଣ ଅଧିକାଂଶ ବରିଷ୍ଠ ଖେଳାଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ବ୍ରିଟେନରେ ଅଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ସିରିଜରେ ଯେଉଁ ଯୁବ ଖେଳାଳି ଭଲ ପ୍ରଦର୍ଶନ କରିବେ ସେମାନେ ଟି୨୦ ବିଶ୍ୱକପରେ ସ୍ଥାନ ମିଳିପାରେ । କିନ୍ତୁ ଭାରତୀୟ ଦଳର ପୂର୍ବତନ ଖେଳାଳି ସଞ୍ଜୟ ମାଞ୍ଜରେକର ଭିନ୍ନ ମନ୍ତବ୍ୟ ଦେଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ସିରିଜ ଟି୨୦ ବିଶ୍ୱକପ ପାଇଁ ଗେମ୍ ଚେଞ୍ଜର୍ ହେବ ନାହିଁ ବୋଲି ସେ କହିଛନ୍ତି ।

ମାଞ୍ଜରେକର କହିଛନ୍ତି ଯେ, ଭାରତର ଟି୨୦ ଟିମ୍ ଭଲ ସ୍ଥିତିରେ ଅଛି । ଭାରତର ଟିମ୍ ସବୁଠାରୁ ମଜବୁତ ହେବ । କିନ୍ତୁ ଶ୍ରୀଲଙ୍କା ବିପକ୍ଷ ସିରିଜ ଗେମ୍ ଚେଞ୍ଜର ହେବ ନାହିଁ । ଦେଶରେ ପ୍ରତିଭାବାନ ଖେଳାଳିଙ୍କ ଅଭାବ ନାହିଁ । ମନୀଷ ପାଣ୍ଡେଙ୍କ ପ୍ରଦର୍ଶନ ସର୍ବଦା ସମାନ ନୁହେଁ । ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟସମ୍ୟାନ୍ ଭାବେ ଖେଳିବା ପାଇଁ ପ୍ରସ୍ତୁତ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସେ ଏହା ପ୍ରମାଣିତ କରିଥିଲେ । ରାହୁଲ ଚହର, ବରୁଣ ଚକ୍ରବର୍ତ୍ତୀ ଓ ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ଦେବା କଷ୍ଟ ହେବ ।

ସେ ଆହୁରି କହିଛନ୍ତି ୟେ, ବାମହାତୀ ବ୍ୟାଟସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ପାଇଁ ଯୋଗ୍ୟ । ରୋହିତ ଶର୍ମା ଓ ବିରାଟ କୋହଲି ଓପନିଂ କଲେ ଭଲ ହେବ । ତେବେ ସଞ୍ଜୁ ସାମସନଙ୍କ ବଦଳରେ ଇଷାନ କିଶନ ଓ୍ୱିକେଟ୍ କିପିଂ କଲେ ଭଲ ହେବ ବୋଲି ମାଞ୍ଜରେକର କହିଛନ୍ତି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ