ଖେଳ

ଫାଇନାଲ୍‌ରେ ଇଟାଲି, ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ହାରିଲା ସ୍ପେନ୍‌

ଲଣ୍ଡନ: ‌ଚଳିତ ୟୁରୋ କପ୍‌ ଫୁଟ୍‌ବଲ୍‌ ପ୍ରତି‌ଯୋଗିତାର ଫାଇନାଲ୍‌ରେ ପ୍ରଥମ ଦଳ ଭାବେ ଇଟାଲି ପ୍ରବେଶ କରିଛି। ମଙ୍ଗଳବାର ମଧ୍ୟରାତ୍ରିରେ ୱେମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ରେ ଇଟାଲି ୪-୨ (୧-୧) ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ସ୍ପେନ୍‌କୁ ମାତ୍‌ ଦେଇଥିଲା। ନିର୍ଦ୍ଧ‌ାରିତ ସମୟ ସହ ଅତିରିକ୍ତ ସମୟ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିବାରୁ ଫଳାଫଳ ଲାଗି ପେନାଲ୍‌ଟି ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ଏଥିରେ ଇଟାଲିର ଆଣ୍ଡ୍ରିଆ ବେଲୋଟି, ଲିଓନାର୍ଡୋ ବୋନୁସି, ‌ଫେ‌ଡରିକୋ ବର୍ନାର୍ଡେଚି, ‌ଜର୍ଗି‌‌‌ନୋ ଗୋଲ୍‌ ଦେବାକୁ ସକ୍ଷମ ହୋଇଥିଲା ବେଳେ ମାନୁଏଲ ଲକାଟେଲି ବିଫଳ ହୋଇଥିଲେ। ଅନ୍ୟପକ୍ଷରେ ସ୍ପେନ୍‌ର ଜେରାର୍ଡ ମୋରେନୋ, ଥିଆଗୋ ଆଲ୍‌କାଣ୍ଟାରା ଗୋଲ୍‌ ଦେଇଥିଲା ବେଳେ ‌ଡାନି ଓଲ୍‌ମୋ ଓ ଆଲ୍‌ଭାରୋ ‌ମୋରାଟା ବିଫଳ ହୋଇଥିଲେ।

ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧର ଦଶମ ମିନିଟ୍‌ରେ ଫେଡ୍‌‌ରିକୋ ଚିସା (୬୦ ମିନିଟ୍‌) ପ୍ରଥମ ଗୋଲ୍‌ ଦେଇ ଇଟାଲି ଦଳକୁ ଆଗୁଆ କରିଥିଲେ। ହେଲେ ଏହାର ୨୦ ମିନିଟ୍‌ରେ ସ୍ପେନ୍‌ର ଆଲ୍‌ଭାରୋ ମୋରାଟା ଗୋଲ୍‌ଟି ଶୁଝି ସ୍ଥିତି ବରାବର କରିଦେଇଥିଲେ। ଫଳରେ ନିର୍ଦ୍ଧାରିତ ସମୟ ମ୍ୟାଚ୍‌ ୧-୧ ସମାନ ସ୍ଥିତିରେ ଶେଷ ହୋଇଥିଲା। ତେଣୁ ମ୍ୟାଚ୍‌ ଅତିରିକ୍ତ ସମୟକୁ ଯାଇଥିଲା। ଏଥିରେ ଉଭୟ ଦଳ ଗୋଲ୍‌ କରିବାକୁ ସକ୍ଷମ ନହେବାରୁ ମ୍ୟାଚ୍‌ ସେହି ୧-୧ରେ ରହିଥିଲା। ଶେଷରେ ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲ୍‌ଟି ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ‌ଏଥିରେ ଇଟାଲି ଆଗରେ ରହି ୨୦୧୨ ପରେ ପ୍ରଥମ ଥର ଲାଗି ଫାଇନାଲ୍‌ରେ ପ୍ରବେଶ କରିଥିଲା। ୨୦୧୨ ଫାଇନାଲ୍‌ରେ ଇଟାଲି ୦-୪ ଗୋଲ୍‌ରେ ସ୍ପେନ୍‌ଠୁ ହାରି ଉପବିଜେତାରେ ସନ୍ତୁ‌ଷ୍ଟ ରହିଥିଲା। ୧୯୬୮ ବିଜେତା ଇଟାଲି ଏଥର କିନ୍ତୁ ସେମିଫାଇନାଲ୍‌ ବିଜୟ ସହ ୨୦୧୨ ଫାଇନାଲ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଥିଲା।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ