ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବରଗଡରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ଓ ନୂତନ ସିଏଚସିକୁ କାର୍ଯ୍ୟକ୍ଷମ କରିବା ଦାବି, ବିଜେପି ପକ୍ଷରୁ ଜିଲ୍ଲାପାଳ ଅଫିସ ଆଗରେ ଧାରଣା

ବରଗଡ଼ ୪।୧୧: ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷିତ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ଏବଂ ବରଗଡ଼ ସହରରେ ନୂତନ ଭାବେ ଖୋଲିଥିବା ସହରାଞ୍ଚଳ ସିଏଚସିକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ କରିବା ଦାବିରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବିଜେପି ବରଗଡ଼ ଜିଲ୍ଲା ସଭାପତି ଅଶ୍ବନୀ ଷଡ଼ଙ୍ଗୀଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଧାରଣା ଦେଇଥିଲେ । ପରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନିଜେ ବରଗଡ଼ରେ ଏକ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ନିଜେ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଏକ ବିଶେଷଜ୍ଞ କମିଟି ବରଗଡ଼ ଆସି କ୍ୟାନ୍ସର ହସ୍ପିଟାଲ ସ୍ଥାପନ ନେଇ ଅନୁଧ୍ୟାନ କରିଥିଲେ । ବରଗଡ଼ ଜିଲ୍ଲାବାସୀ ଭାବୁଥିଲେ ଖୁବଶୀଘ୍ର ତାଙ୍କର ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି କିନ୍ତୁ ଅତି ପରିତାପର ବିଷୟ ଯେ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିବାର ଏକ ବର୍ଷ ପରେ ମଧ୍ୟ ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ଦିଗରେ ରାଜ୍ୟ ସରକାରଙ୍କ ତରଫରୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ଏହା ଜିଲ୍ଲାବାସୀଙ୍କୁ ବହୁତ ନିରାଶ କରିଛି ।

ସେହିପରି ବରଗଡ଼ ଜିଲ୍ଲାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବରଗଡ଼ ଠାରୁ ୧୦ କିମି ଦୂରରେ ସ୍ଥାପନ କଲାପରେ ସହରବାସୀ ଉତ୍ତମ ଚିକିତ୍ସା ସେବା ପାଇବା ପାଇଁ ବରଗଡ଼ ସହରରେ ଏକ ସିଟି ହସ୍ପିଟାଲ ସ୍ଥାପନ ପାଇଁ ବ୍ୟାପକ ଆନ୍ଦୋଳନ କରିଥିଲେ । ଶେଷରେ ରାଜ୍ୟ ସରକାର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ନୂତନ ସହରାଞ୍ଚଳ ସିଏଚସି ସ୍ଥାପନ କରିଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଆଜି ପର୍ଯ୍ୟନ୍ତ ଉକ୍ତ ସିଏଚସିରେ ଅଧିକାଂଶ ଡାକ୍ତର ପଦବୀ ଓ ଅନ୍ୟାନ୍ୟ ପଦବୀ ଖାଲି ପଡ଼ିଛି । ଆନୁସଙ୍ଗୀକ ଯନ୍ତ୍ରପାତିର ମଧ୍ୟ ଅଭାବ ରହିଛି, ଯାହଦ୍ବାରା ବରଗଡ଼ବାସୀ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଉପରୋକ୍ତ ଦାବିଗୁଡିକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ବିଜେପି ପକ୍ଷରୁ ଆଗାମୀ ଦିନରେ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ସୁରେଶ୍ୱର ଶତପଥୀ, ରବି ନାରାୟଣ ଦାଶ, ବିଜୟ ଦାସ, ନଗର ସଭାପତି ସୁବ୍ରତ ହୋତା, କୁଶ କୁମ୍ଭାର, କିଶୋର ଦାଶ, ଅବନିକାନ୍ତ ପଣ୍ଡା, ନବ କିଶୋର ପାଣିଗ୍ରାହୀ, ଈଶ୍ବର ବାଗ, ମହେଶ ଦାଶ, ପରେଶ ବିଶି, ବିପିନ ସାହୁ, ପରୀକ୍ଷିତ ଛତର, ମାନଭଞ୍ଜନ ତ୍ରିପାଠୀ, ଗୋପାଳ ଷଡ଼ଙ୍ଗୀ, ସୁଦାମ ମହାପାତ୍ର, ପଞ୍ଚାନନ ବିର୍ତ୍ତିଆ, ଶ୍ୟାମାନନ୍ଦ ଭୋଇ, ଅଶୋକ ସୁଆର, ବୈକୁଣ୍ଠ ସାହୁ, ସଷ୍ଟମ ଭୋଇ , ଅଭିଜିତ ପାଳ ପ୍ରମୁଖ ଉପସ୍ଥିତ ଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ