ଧର୍ମ

ଏହି ୪ ରାଶିର ବ୍ୟକ୍ତି ସର୍ବଦା ରହିଥାନ୍ତି ଖୁସି, ଜାଣନ୍ତୁ ଏଥିରେ ଅଛି କି ଆପଣଙ୍କ ରାଶି

ନୂଆଦିଲ୍ଲୀ ୦୮/୦୭: ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଖୁସି ରହିବାକୁ ଚାହାଁନ୍ତି । କିନ୍ତୁ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଜୀବନରେ ଖୁସି ରହିଥାନ୍ତି । କିଛି ଲୋକ ପ୍ରତିଦିନ ବଡ଼ ସଫଳତା ପାଇଁ ଅପେକ୍ଷା କରୁଥିବାବେଳେ ଆଉ କିଛି ଲୋକ ଛୋଟ ସଫଳତାରେ ମଧ୍ୟ ସୁଖ ପାଇଥାନ୍ତି । ସେହିପରି କିଛି ଲୋକ କିପରି ଖୁସି ରହିବେ ଜାଣିଥାନ୍ତି ଏବଂ କଠିନ ସମୟରେ ମଧ୍ୟ ସେମାନେ ଆଶା ଛାଡନ୍ତି ନାହିଁ । ସେମାନଙ୍କର ଏହି ସ୍ୱଭାବ ସେମାନଙ୍କୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସାହାଯ୍ୟ କରିଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏହିପରି ୪ ଟି ରାଶି ବିଷୟରେ ଉଲ୍ଲେଖ କରାଯାଇଛି ଯେଉଁମାନେ ସର୍ବଦା ଖୁସି ହେବାକୁ ଚେଷ୍ଟା କରିଥାନ୍ତି-

ମେଷ – ମେଷ ରାଶିର ବ୍ୟକ୍ତିମାନେ ପ୍ରତ୍ୟେକ ସମୟରେ ଖୁସି ରହିବାକୁ ଚେଷ୍ଟା କରିଥାନ୍ତି । ସେମାନଙ୍କର ଏହି ସ୍ୱଭାବ ସେମାନଙ୍କୁ ସମସ୍ୟା ସହ ସଂଘର୍ଷ କରିବାକୁ ସାହାସ ଦେଇଥାଏ । ସେମାନେ ଆଶାବାଦୀ ଏବଂ ଖୋଲା ମନୋଭାବ ପୋଷଣ କରନ୍ତି ।

ବୃଷ – ଏହି ରାଶିର ଲୋକମାନେ ଜୀବନକୁ ରୋମାଞ୍ଚକର କରିବାରେ ବିଶ୍ୱାସ କରନ୍ତି । ସେମାନେ ଭଲ ଖାଦ୍ୟ ଏବଂ ସଙ୍ଗୀତକୁ ଭଲ ପାଆନ୍ତି । ଛୋଟ ଛୋଟ ଜିନିଷରେ ମଧ୍ୟ ସେମାନେ ସୁଖ ପାଇଥାନ୍ତି ।

ତୁଳା – ତୁଳା ରାଶିର ଲୋକମାନେ ସବୁବେଳେ କିଛି ନୂଆ କରିବାକୁ ପସନ୍ଦ କରିଥାନ୍ତି । ସେମାନେ ଉତ୍ସାହୀ ଏବଂ ରୋମାଞ୍ଚକର ହୋଇଥାନ୍ତି। ସେମାନେ ନୂତନ ଜିନିଷ ଜାଣିବାକୁ ଭଲ ପାଆନ୍ତି । ସେମାନେ ସ୍ୱଭାବରେ ଆରାମଦାୟକ ଏବଂ ଆଶାବାଦୀ ହୋଇଥାନ୍ତି।

ମୀନ – ଏହି ରାଶିର ଲୋକମାନେ ନିଜ ଭାବନାକୁ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତି ନାହିଁ । ସେମାନଙ୍କ ହୃଦୟରେ କ’ଣ ଅଛି ତାହା କେହି ବୁଝିପାରନ୍ତି ନାହିଁ । ସେମାନେ ସୁଖମୟ ଜୀବନଯାପନରେ ବିଶ୍ୱାସ କରନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ