ଧର୍ମ

ଏହି ଦୁଇ ରାଶି ଉପରେ ଚାଲିବ ଶନି ଧାୟା, ମିଥୁନ ଏବଂ ତୁଳା ରାଶିର ବ୍ୟକ୍ତିଙ୍କୁ ମିଳିବ ମୁକ୍ତି

ନୂଆଦିଲ୍ଲୀ ୦୭/୦୮: ଜ୍ୟୋତିଷ ଶାସ୍ତ୍ରରେ ନଅ ଗ୍ରହ ମଧ୍ୟରେ ଶନି ଦେବଙ୍କର ଏକ ବିଶେଷ ସ୍ଥାନ ରହିଛି । ଶନି ଦେବଙ୍କୁ କର୍ମଫଳ ଦାତା ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଶନି ଦେବ ଲୋକମାନଙ୍କୁ ସେମାନଙ୍କ କର୍ମ ଅନୁଯାୟୀ ଫଳ ଦେଇଥାନ୍ତି । ଶନିଙ୍କ ମହାଦାଶାରେ ପୀଡିତ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ସମୟରେ ଶନିଙ୍କର ସେହି ରାଶିର ଉପରେ ବକ୍ରଦୃଷ୍ଟି ରହିଥାଏ । ବର୍ତ୍ତମାନ ଶନିଙ୍କ ସାଢେ ସାତୀ କିଛି ରାଶି ଉପରେ ଚାଲିଛି ଏବଂ ଆଉ କିଛି ରାଶି ଶନିଙ୍କ ଧାୟାରେ ପୀଡିତ । ଶନିଙ୍କ ରାଶି ପରିବର୍ତ୍ତନ ପରେ ଦୁଇଟି ରାଶି ଶନିଙ୍କ ଧାୟାରୁ ମୁକ୍ତି ପାଇବେ ।

ବର୍ତ୍ତମାନ, ମିଥୁନ ଏବଂ ତୁଳା ରାଶିରେ ଶନି ଧାୟା ଚାଲିଛି । ଶନି ଅପ୍ରେଲ ୨୯, ୨୦୨୨ ରେ ମକର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିବେ। କୁମ୍ଭ ରାଶିରେ ଶନି ଗୋଚର କରିବା ମାତ୍ରେ ମିଥୁନ ଏବଂ ତୁଳା ରାଶି ଶନିଙ୍କ ଧାୟାରୁ ମୁକ୍ତି ପାଇବେ।

କୁମ୍ଭ ରାଶିରେ ଶନିଙ୍କ ଗୋଚର ହେବା ଦ୍ୱାରା କର୍କଟ ଏବଂ ବିଛା ରାଶି ଉପରେ ଶନି ଧାୟା ଆରମ୍ଭ ହେବ । ଶନି ଧାୟା ସମୟରେ ବ୍ୟକ୍ତିଙ୍କୁ ଆର୍ଥିକ ଏବଂ ଶାରୀରିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଶନିଙ୍କୁ ଗୋଟିଏ ରାଶିରୁ ଅନ୍ୟ ରାଶି ପର୍ଯ୍ୟନ୍ତ ଗମନାଗମନ ପାଇଁ ପ୍ରାୟ ଅଢେଇ ବର୍ଷ ଲାଗିଥାଏ । ଏପରି ଶନିଙ୍କୁ ଗୋଟିଏ ଚକ୍ର ସଂପୂର୍ଣ୍ଣ କରିବାକୁ ପ୍ରାୟ ୩୦ ବର୍ଷ ସମୟ ଲାଗିଥାଏ ।

ଶନିଙ୍କ ଧାୟାରେ ପିଡିତ ରାଶିଙ୍କୁ କାର୍ଯ୍ୟ ସମୟରେ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଥାଏ । କ୍ୟାରିଅରରେ ସଫଳତା ହାସଲ କରିବାରେ ଅସୁବିଧା ହୋଇଥାଏ । ଶତ୍ରୁ ସଂଖ୍ୟା ବଢିଥାଏ । ପାରିବାରିକ ମତଭେଦ ସହିତ ମାନସିକ ଚାପ ମଧ୍ୟ ରହିଥାଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ