ମନୋରଞ୍ଜନ

ବିଧୁ ବିନୋଦ ଚୋପ୍ରାଙ୍କ ବଡ ଭାଇ ଭୀର ଚୋପ୍ରାଙ୍କ ଦେହାନ୍ତ, କରୋନାରେ ହୋଇଥିଲେ ସଂକ୍ରମିତ

ମୁମ୍ବାଇ ୦୮/୦୭: ବଲିଉଡ ଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନିର୍ମାତା-ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ବଡ ଭାଇ ଭୀର ଚୋପ୍ରାଙ୍କ କରୋନା ସଂକ୍ରମଣରେ ଦେହାନ୍ତ ହୋଇଛି । ସେ ବିଧୁଙ୍କ ସହ ‘ମୁନ୍ନା ଭାଇ ଏମବିବିଏସ୍’, ‘ବ୍ରୋକନ୍ ହର୍ସେସ୍’, ‘ଲଗେ ରହୋ ମୁନ୍ନା ଭାଇ’ ଏବଂ ‘୩ ​​ଇଡିଅଟ୍ସ’ ଭଳି ଫିଲ୍ମରେ କାମ କରିଥିଲେ। ଗତକାଲି ଦିଲୀପ କୁମାରଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଥରାଇ ଦେଇଥିଲା। ପୁଣିଥରେ ଏହି ଖବର ଯୋଗୁଁ ଇଣ୍ଡଷ୍ଟ୍ରିର ଲୋକମାନେ ଭାଙ୍ଗି ପଡିଛନ୍ତି ।

ସୂଚନା ଅନୁଯାୟୀ, ନିର୍ମାତା ମାଳଦ୍ୱୀପରେ ଛୁଟି କାଟିବାକୁ ଯାଇଥିବା ବେଳେ କରୋନାରେ ସଂକ୍ରମିତ ହୋଇଥିଲେ। ଯାହାପରେ ତାଙ୍କୁ ତୁରନ୍ତ ମୁମ୍ବାଇର ଏଚ୍. ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ୨୧ ଦିନ ରହିଥିଲେ । ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଜୁଲାଇ ୫ ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି ।

ଭୀର ଚୋପ୍ରା ସାଉଣ୍ଡ ଡିଜାଇନର୍ ନମିତା ନାୟକ ଚୋପ୍ରାଙ୍କ ସ୍ୱାମୀ ଏବଂ ଅଭିନେତା ଅଭୟ ଚୋପ୍ରାଙ୍କ ବାପା ଥିଲେ। ଭୀର ‘ଫରାରୀ କି ସୱାରୀ’, ‘ଏକଲବ୍ୟ: ଦି ରୟାଲ ଗାର୍ଡ’, ‘ପରିଣିତା’, ‘ମିଶନ କାଶ୍ମୀର’ ଏବଂ ‘କରିବ’ ଭଳି ଫିଲ୍ମ ପାଇଁ ନିର୍ମାତା ଭାବରେ କାର୍ଯ୍ୟ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ