ଖେଳ

୪୦ ବର୍ଷ ବୟସରେ ପାଦ ଦେଲେ କ୍ୟାପ୍‌ଟେନ୍‌ କୁଲ୍‌, ଚାରୁଆଡୁ ଶୁଭେଚ୍ଛାର ସୁଅ

ମୁମ୍ବାଇ: ବୁଧବାର ୪୦ ବର୍ଷ ବୟସରେ ପାଦ ରଖିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। କ୍ୟାପ୍‌‌ଟେନ୍‌ କୁଲ୍‌ଙ୍କୁ ତାଙ୍କ ଜନ୍ମଦିନରେ ପ୍ରଶଂସକମାନଙ୍କଠାରୁ ନେଇ ବିଭିନ୍ନ ସେଲିବେ୍ରଟିମାନେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।

କ୍ରିକେଟର୍‌ ବିରାଟ କୋହଲି, ସୁରେଶ ରାଇନା, ଇଶାନ୍ତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜଭେନ୍ଦ୍ର ଚହଲ, ଉମେଶ ଯାଦବ, ବିରେନ୍ଦ୍ର ସେହ୍ବାଗ, ୱାସିମ୍‌ ଜାଫର୍‌ ଆଦି ଟ୍ବିଟ୍‌ କରି ଧୋନିଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଝାଡଖଣ୍ଡର ରାଞ୍ଚି ସହରରେ ଧୋନି ଜନ୍ମ ଗ୍ରହଣ କରିଥିଲେ । ଧୋନିଙ୍କ ବାପାଙ୍କ ନାଁ ଥିଲା ପାନ ସିଂ ଧୋନି । ଏହା ବ୍ୟତୀତ ଧୋନିଙ୍କ ପରିବାରରେ ତାଙ୍କ ମାଆ, ଭାଇ ଓ ଭଉଣୀ ଥିଲେ । ରାଞ୍ଚି ଭଳି ଗୋଟେ ଛୋଟିଆ ସହରରୁ ବଡ଼ ସ୍ୱପ୍ନ ଦେଖୁଥିଲେ ଧୋନି। ଗୋଟିଏ ମଧ୍ୟବିତ୍ତ ପରିବାରରୁ ଟିମ ଇଣ୍ଡିଆର କ୍ୟାପେଟେନ ହେବା ଛୋଟ କଥା ନଥିଲା । ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା । ପରବର୍ତ୍ତୀ ସମୟରେ ସେ ସାକ୍ଷୀଙ୍କୁ ତାଙ୍କ ଜୀବନସାଥୀ ରୂପେ ଗ୍ରହଣ କରିଥିଲେ। ସେମାନଙ୍କର ଜିଭା ନାମରେ ଏକ ଝିଅ ଅଛି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ