ମନୋରଞ୍ଜନ

ମୁଁ, ତୁମେ ଓ ଲକ୍‌ଡାଉନ୍

ଗୁଡ୍‌ଲିଙ୍କ ନିର୍ଦ୍ଦେଶିତ ତଥା ଲକ୍‌ଡାଉନ୍‌ ସମୟରେ ରିଲିଜ୍‌ ହୋଇଥିବା ପ୍ରଥମ ଚଳଚ୍ଚିତ୍ରଟି ହେଉଛି ‘ମୁଁ ତୁମେ ଓ ଲକ୍‌ଡାଉନ୍‌’। ପରେ ପରେ ‘ପ୍ରେମ ନା ପାଗଳ ପଣ’, ‘ଦୁର୍ଗତିନାଶିନୀ’, ‘ଶ୍ରୀକ୍ଷେତ୍ର’, ‘ରୋଲ୍ ନଂ- ୨୭, ଆଦି ତାଙ୍କ ନିର୍ଦ୍ଦେଶନାର ୪ଟି ସିନେମା ମୁକ୍ତିଲାଭ କରିଥିବା ବେଳେ ମୁକ୍ତି ଅପେକ୍ଷାରେ ରହିଛି ‘ମୋନାଲିସା’, ‘ପିହୁ’, ‘ଜହ୍ନରାତିର ସାଥୀ’, ‘ତୋ ପାଇଁ କିଛି ବି କରିପାରେ’ ଓ ‘ଫାଷ୍ଟ୍‌ ଲଭ୍’ ସମେତ ଦଶଟିରୁ ଅଧିକ ନାମକରଣ ହେଇ ନଥିବା ଚଳଚ୍ଚିତ୍ର। ତେଣୁ ଲକ୍‌ଡାଉନ୍‌ କାଳରେ ସର୍ବାଧିକ ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇ ଚର୍ଚ୍ଚାରେ ଅଛନ୍ତି ଗୁଡ୍‌ଲି।

ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ସଙ୍ଗୀତକାର ଗୁଡ୍‌ଲି ରଥ ଏବେ ସବୁଠୁ ଆଗରେ। ତାଙ୍କ ହାତରେ ରହିଛି ଡଜନେ ପାଖାପାଖି ସିନେମାର ମ୍ୟୁଜିକ୍। ଲକ୍‌ଡାଉନ୍‌ରେ ଅନେକ ସଙ୍ଗୀତ ନିର୍ଦ୍ଦେଶକ ହାତ ବାନ୍ଧି ବସିଥିବା ବେଳେ ଗୁଡ୍‌ଲିଙ୍କ ପାଖକୁ କିନ୍ତୁ ସିନେମାର ସୁଅ ଛୁଟିଛି। ୨୦୨୦ ଓ ୨୦୨୧ରେ ଯେତିକି ସିନେମା ଆସିଛି, ସେ ମଧ୍ୟରେ ଅଧିକାଂଶ ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡ୍‌ଲି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ