ମନୋରଞ୍ଜନ

କପିଲଙ୍କ ପାରିଶ୍ରମିକ ମାସକୁ ୪ କୋଟି

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାକୁ ଲାଗିଥିବା ବେଳେ ଏବେ ତାଙ୍କ ସୋ’ ପାଇଁ ସେ ନିଜ ପାରିଶ୍ରମିକ ବଢ଼ାଇ ଦେଇଛନ୍ତି। ଆସନ୍ତା ଜୁଲାଇ ୨୧ ତାରିଖକୁ ‘ଦ କପିଲ ଶର୍ମା ସୋ’ର ନୂଆ ସିଜିନ୍‌ ଆରମ୍ଭ ହେବ। ନୂଆ ଟିମ୍‌ ଓ ନୂଆ ଫର୍ମାଟ ସହ ଆସୁଥିବା ଏହି ସୋ’ ପାଇଁ ଏବେ କସରତ୍‌ ଆରମ୍ଭ ହୋଇଯାଇଛି। ଏଥିସହ ଏହି ସୋ’ ପାଇଁ କପିଲ ନିଜ ପାରିଶ୍ରମିକ ବଢ଼ାଇଥିବା ମଧ୍ୟ ଚର୍ଚ୍ଚା ହେଉଛି।

କପିଲ ଏବେ ଏପି‌ସୋଡ୍‌ ପିଛା ୫୦ ଲକ୍ଷ ଟଙ୍କା ଅର୍ଥାତ ମାସର ୮ଟି ଏପିସୋଡ୍‌ ପାଇଁ ୪ କୋଟି ଟଙ୍କା ନେବେ ବୋଲି ବି-ଟାଉନ୍‌ରୁ ଖବର ମିଳିଛି। ଏଥିସହ ଟିମ୍‌ର ଅନ୍ୟ ସଦସ୍ୟମାନେ ମଧ୍ୟ ନିଜ ପାରିଶ୍ରମିକ ବଢ଼ାଇଥିବା ଜଣାପଡ଼ିଛି। ତେବେ ଏନେଇ କପିଲ୍ କିମ୍ବା ତାଙ୍କ ଟିମ୍‌ ମୁହଁ ଖୋଲି ସ୍ପଷ୍ଟ କିଛି କହିନାହାନ୍ତି। ତେବେ କପିଲଙ୍କ ପୂର୍ବର ସମସ୍ତ ସୋ’ ‌ବେଶ୍‌ ଲୋକପ୍ରିୟ ହୋଇଥିବା ବେଳେ ଚଳିତ ଥର ଦର୍ଶକ ନୂଆ ଫର୍ମାଟ ଓ ନୂଆ ସିଜିନ୍‌ ଅପେକ୍ଷାରେ ଅଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ