ମନୋରଞ୍ଜନ

ୟାମି ଗୌତମଙ୍କୁ ଇଡିର ସମନ : ମନି ଲଣ୍ଡରିଂ ମାମଲାରେ ହୋଇପାରେ ପଚରାଉଚରା

ମୁମ୍ୱାଇ ୨/୭ : ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର ସମନ । ଫେମା (ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ) ଅନୁଯାୟୀ ହୋଇଥିବା ଅନିୟମିତତା ସମ୍ପର୍କରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ତାଙ୍କୁ ଆସନ୍ତା ସପ୍ତାହରେ ହାଜର ହେବାକୁ କୁହାଯାଇଛି । ସୂଚନ ଥାଉକି, ୟାମି କିଛି ଦିନ ପୂର୍ବରୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

୨୦୧୯ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ରେ ୟାମି ଏବଂ ଆଦିତ୍ୟ ଏକାଠି କାମ କରିଥିଲେ । ଯାହାକି ବହୁତ ହିଟ୍ ସାବ୍ୟସ୍ତ ହୋଇଥିଲା । ହିମାଚଳ ପ୍ରଦେଶର ବିଲାସପୁରରେ ଜନ୍ମଗ୍ରହଣ କରିବା ପରେ ଚଣ୍ଡିଗଡ଼ରେ ବଢୁଥିବା ୟାମି ଗୌତମ ଅଭିଷେକ ବଚ୍ଚନଙ୍କ ବିପକ୍ଷରେ ଆଗାମୀ ଚଳଚ୍ଚିତ୍ର ଦାସଓ୍ୱିରେ ନଜର ଆସିବେ । ଦିଲ୍ଲୀରୁ ଆସିଥିବା ଧର ବର୍ତ୍ତମାନ ‘ଅମର ଅଶ୍ୱତ୍ଥାମା’ରେ କାମ କରୁଛନ୍ତି । ଏଥିରେ’ ଉରି’ରେ ତାଙ୍କ ସହ କାମ କରିଥିବା ବିକି କୌଶଲ ମଧ୍ୟ ଅଭିନୟ କରିବେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ