ଖେଳ ଦେଶ ବିଦେଶ

ନିଜ ବିଳାସପୂର୍ଣ୍ଣ ବଙ୍ଗଳା ବିକ୍ରି କଲେ ରୋହିତ ଶର୍ମା, ଇଣ୍ଟରନେଟ୍‌ରେ ପ୍ରଶ୍ନ- କାହିଁକି ବିକିଲେ, ଆଉ ଅଛି କେତେ ?

ମୁମ୍ବାଇ, ୦୧/୦୭: ଭାରତୀୟ ଦଳର ବିସ୍ଫୋରକ ଓପନର ହିଟମ୍ୟାନ୍ ରୋହିତ ଶର୍ମା କ୍ରିକେଟ ଷ୍ଟାଡିୟମରେ ନିଜ ନାମରେ ଅନେକ ରେକର୍ଡ ହାସଲ କରିଛନ୍ତି । ବିଶ୍ୱ କ୍ରିକେଟର ହିଟମ୍ୟାନ୍ ଅନେକ ଧନ ସମ୍ପତ୍ତି ଉପାର୍ଜନ କରିଛନ୍ତି । ତାଙ୍କର ମୁମ୍ବାଇର ବଲୀରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ରହିଛି । ରୋହିତଙ୍କ ଘର ବଲୀର ଆହୁଜା ଆପାର୍ଟମେଣ୍ଟସର ୨୯ ତମ ଫ୍ଲୋରରେ ରହିଛି । ଏହା ବ୍ୟତୀତ ଲୁନାଭଲାରେ ତାଙ୍କର ଏକ ଭିଲ୍ଲା ବା ବଙ୍ଗଳା ରହିଥିଲା । ଏହାକୁ ରୋହିତ ନିକଟରେ ବିକିଛନ୍ତି ।

ଦଳର ଉପ ଅଧିନାୟକ ରୋହିତ ଶର୍ମାଙ୍କର ଲୁନାଭଲାରେ ଯେଉଁ ବଙ୍ଗଳା ରହିଥିଲା ତାହା ୬୩୨୯ ବର୍ଗଫୁଟର ଅଟେ । ଏହାକୁ ରୋହିତ ବିକ୍ରି କିରଦେଇଛନ୍ତି । ଏହି ସମ୍ପତ୍ତିକୁ ଜୁନ ୧ରେ ରେଜିଷ୍ଟ୍ରେସନ କରାଯାଇଛି । ତାଙ୍କୁ ଜେପକି ଡଟ୍ କମ ମାଧ୍ୟମରେ ବଙ୍ଗଳା ବାବଦରେ ସମସ୍ତ ତଥ୍ୟ ଓ କାଗଜପତ୍ର ମିଳିଛି ।ଏଥିରୁ ବଙ୍ଗଳାକୁ ୫ କୋଟି ୨୫ ଟଙ୍କାରେ ସୁଷମା ଅଶୋକ ଶରାଫ ନାମକ ଜଣେ ମହିଳାଙ୍କୁ ବିକ୍ରି କରାଯାଇଥିବା ଜଣାପଡିଛି ।

ରୋହିତଙ୍କର ଆହୁରି ମଧ୍ୟ ଅନେକ ବିଳାସପୂର୍ଣ୍ଣ ଘର ରହିଛି । ସେ ୨୦୧୬ରେ ଖଣ୍ଡାଲାରେ ୫ ବେଡ୍ ରୁମ୍ ବିଶିଷ୍ଟ ଏକ ବଙ୍ଗଳା କିଣିଥିଲେ । ଯାହାର ଦାମ୍ ୫ କୋଟି ଟଙ୍କା ଥିଲା । ଏହା ୭୫୦୦ ବର୍ଗ କିମିରେ ପରିବ୍ୟାପ୍ତ । ଆହୁରି ମଧ୍ୟ ରୋହିତଙ୍କର ଅନେକ ସମ୍ପତ୍ତି ଓ ଘର ରହିଛି । ଅଧିକ ଘର ଥିବା କାରଣରୁ ଲୁନାଭାଲାର ବଙ୍ଗଳାକୁ ରୋହିତ ବିକ୍ରି କରିଦେଇଥିବା କୁହାଯାଉଛି । ଲୁନାଭାଲା ମୁମ୍ବାଇଠୁ ଅଳ୍ପ ଦୂରରେ ଅବସ୍ଥିତ । ଏହା ଜନବସତିଠାରୁ ଦୂରରେ ରହୁଥିବାରୁ ଅନେକ ସେଲିବ୍ରିଟି ଏଠାରେ ଘର କିଣିଥାନ୍ତି ।

ସୂଚନାଯୋଗ୍ୟ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ହାରିବା ପରେ ରୋହିତ ଏବେ ନିଜ ପରିବାର ସହ ଇଂଲଣ୍ଡରେ ଛୁଟି କାଟୁଛନ୍ତି । ଏନେଇ ଆଜିଙ୍କ୍ୟ ରାହାଣେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ରାହାଣେ ଓ ରୋହିତ ନିଜ ପରିବାର ସହ ସମୟ ବିତାଉଥିବା ଦେଖିବାକୁ ମିଳିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ