ଧର୍ମ

ଭଗବାନ ଶ୍ରୀ କୃଷ୍ଣଙ୍କର ଅତି ପ୍ରିୟ ବୈଜୟନ୍ତୀ ମାଳା: ଜାଣନ୍ତୁ ଏହାକୁ ଧାରଣ କରିବାର ଫାଇଦା

ନୂଆଦିଲ୍ଲୀ ୩୦/୦୬: ହିନ୍ଦୁ ଧର୍ମରେ ବୈଜୟନ୍ତୀ ମଳା ଅତ୍ୟନ୍ତ ପୂଜନୀୟ । ପ୍ରାଚୀନ ଗ୍ରନ୍ଥଗୁଡ଼ିକରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି । ବିଶ୍ୱାସ କରାଯାଏ ଯେ ଏହି ମାଳା ଭଗବାନ କୃଷ୍ଣଙ୍କୁ ରାଧା ଦେଇଥିଲେ।ସେଥିପାଇଁ ଭଗବାନ କୃଷ୍ଣରଙ୍କର ଏହି ମାଳା ଅତ୍ୟନ୍ତ ପ୍ରିୟ । ଏହି ପବିତ୍ର ମାଳାକୁ ବୈଜୟନ୍ତୀ ମଞ୍ଜିରୁ ପ୍ରସ୍ତୁତ କରାଯାଇଥାଏ । ଏଥି ସହିତ ଏହା ପୂଜା-ପାଠ, ଯଜ୍ଞ, ତନ୍ତ୍ର ଏବଂ ଅନ୍ୟାନ୍ୟ ସାତ୍ତ୍ୱିକ ସାଧନାରେ ବ୍ୟବହୃତ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେକୌଣସି ବ୍ୟକ୍ତି ଏହି ପବିତ୍ର ମାଳାକୁ ପିନ୍ଧି ପାରିବେ। କିନ୍ତୁ ଏହାର କିଛି ବିଧି ରହିଛି । ଚାଲନ୍ତୁ ଜାଣିବା ଏହି ମାଳାକୁ ଧାରଣ କରିବାର ବିଧି ଏବଂ ଫାଇଦା ବିଷୟରେ….


ମାଳା ଧାରଣ କରିବାର ବିଧି:

ଶୁକ୍ଲ ପକ୍ଷର ପ୍ରଥମ ଶୁକ୍ରବାର ଦିନ ଏହି ମାଳା ଧାରଣ କରିବା ଶୁଭ ବୋଲି ବିବେଚନା କରାଯାଏ । ଏଥିପାଇଁ, ସକାଳେ ଗାଧୋଇବା ପରେ, ‘ଓଁ ନମଃ ଭଗବତେ ବାସୁଦେବାୟ’ ମନ୍ତ୍ରକୁ ୧୦୮ ଥର ଅର୍ଥାତ୍ ଏକ ମାଳା ଜପ କରନ୍ତୁ । ତା’ପରେ ଏକ ମନ୍ଦିରରେ ଗରିବ ଏବଂ ବେସାହାରା ଲୋକଙ୍କୁ ମିଠା ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହା ପରେ ଏହି ମାଳାକୁ ଧାରଣ କରନ୍ତୁ ।

ବିବାହରେ ଆସୁଥିବା ବାଧାକୁ ଦୁର କରିବା ପାଇଁ:

ଯଦି କୌଣସି ପୁଅ କିମ୍ବା ଝିଅର ବିବାହରେ ପ୍ରତିବନ୍ଧକ ଆସୁଥାଏ, ତେବେ ପ୍ରତିଦିନ ବୈଜୟନ୍ତୀ ମାଳାରେ ୧୦୮ ଥର ‘ଓଁ ନମଃ ଭଗବତେ ବାସୁଦେବାୟ’ ମନ୍ତ୍ର ଜପ କରନ୍ତୁ। ଏହା ପରେ କଦଳୀ ଗଛକୁ ପୂଜା କରନ୍ତୁ । ଏହା ଦ୍ୱାରା ବିବାହରେ ଉପୁଜୁଥିବା ସମସ୍ୟା ଦୂର ହୋଇଥାଏ ।

ଆକର୍ଷଣ କରିବା ପାଇଁ:

ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କ ମନକୁ ଆକର୍ଷିତ କରିଥାନ୍ତି । ସେଥିପାଇଁ ତାଙ୍କୁ ମୋହନ ମଧ୍ୟ କୁହାଯାଏ । ତେଣୁ ବୈଜୟନ୍ତୀ ମାଳା ପିନ୍ଧିବା ଦ୍ୱାରା ଜଣେ ବ୍ୟକ୍ତିର ଆକର୍ଷଣ ବଢିଥାଏ। ଶତ୍ରୁମାନେ ମଧ୍ୟ ମିତ୍ର ହୋଇଥାନ୍ତି । ଏହାଦ୍ୱାରା କାର୍ଯ୍ୟରେ ସଫଳତା ମିଳିବା ସହିତ ସମାଜରେ ମାନ- ସମ୍ମାନ ବୃଦ୍ଧି ପାଇଥାଏ । ଏଥି ସହିତ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ ।

ଆତ୍ମ ବିଶ୍ୱାସ ବଢାଇବା ପାଇଁ:

ପ୍ରାୟତଃ ପରୀକ୍ଷା ଦିନ ପିଲାମାନେ ଭୟଭୀତ ହୋଇଥାନ୍ତି । ଏଥିପାଇଁ ସେମାନଙ୍କୁ ବୈଜୟନ୍ତୀ ମାଳା ପିନ୍ଧିବା ଭୟ ଏବଂ ଦୁ ଉଚିତ୍ । ଭୟ ଏବଂ ସଙ୍କଟ ସମୟରେ, ଏକ ଦୀର୍ଘ ନିଶ୍ୱାସ ନେଇ ଛାଡନ୍ତୁ । ଏହା ପରେ ମାଳା ଉପରେ ହାତ ରଖନ୍ତୁ । ଏହାଦ୍ୱାରା ମନର ଭୟ ଦୂର ହୋଇ ଆତ୍ମବିଶ୍ୱାସ ବଢିଥାଏ ।

ମାନସିକ ଶାନ୍ତି ପାଇଁ:

ଯେଉଁମାନଙ୍କର ମନ ପ୍ରାୟତଃ ବିଚଳିତ ରହିଥାଏ ଏବଂକାର୍ଯ୍ୟଗୁଡିକ ପ୍ରତି ଧ୍ୟାନ ରହିନଥାଏ ସେମାନଙ୍କୁ ମଙ୍ଗଳବାର ଦିନ ବୈଜୟନ୍ତୀ ମାଳା ଧାରଣ କରିବା କରନ୍ତୁ ।

ସମସ୍ୟାରୁ ମୁକ୍ତି ପାଇବା ପାଇଁ:

ଯେଉଁମାନେ ସବୁବେଳେ ସମସ୍ୟା ମଧ୍ୟରେ ରହିଥାନ୍ତି, ସେମାନେ ଏହି ମାଳାରେ ୨୧୦୦ ଥର ‘ଓଁ ନମଃ ଭଗବତେ ବାସୁଦେବାୟ’ ମନ୍ତ୍ର ଜପ କରନ୍ତୁ । ତା’ପରେ ମାଳାକୁ ବେକରେ ଧାରଣ କରନ୍ତୁ । ଏହାଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ