ଖେଳ ଦେଶ ବିଦେଶ

କଳ୍ପନା ଜଳ୍ପନାର ଅନ୍ତ: ୟୁଏଇ ଓ ଓମାନରେ ଖେଳାଯିବ ଆଇସିସି ଟି-୨୦ ବିଶ୍ଵ କପ୍, ଏହି ତାରିଖରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ

ଦୁବାଇ ୨୯।୦୬: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଲା। ଶେଷରେ ବହୁ ପ୍ରତୀକ୍ଷିତ ଟି-୨୦ ବିଶ୍ଵ କପ୍ କେଉଁଠି ଖେଳାଯିବ ଏବଂ କେବେ ଆରମ୍ଭ ହେବ ଏ ନେଇ ଘୋଷଣା କରିଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି)। ଚଳିତ ଟି-୨୦ ବିଶ୍ଵ କପ୍ ୨୦୨୧ ଅକ୍ଟୋବର ୧୭ରୁ ଆରମ୍ଭ ହେବ। ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୪ ରେ ଖେଳାଯିବ। ୟୁଏଇ ଓ ଓମାନରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ। ଏହାର ଆୟୋଜନ ଅଧିକାର ବିସିସିଆଇ ପାଖରେ ରହିଛି। ମଙ୍ଗଳବାର ଏ ନେଇ ଘୋଷଣା କରିଛି ଆଇସିସି।

ଏହା ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୋମବାର ଏହାର ସୂଚନା ଦେଇ ସାରିଥିଲେ ଯେ, ଟି-୨୦ ବିଶ୍ଵ କପ୍ ୟୁଏଇରେ ଆୟୋଜନ ହେବ। ଆଇସିସି ମଙ୍ଗଳବାର ଏହାର ଆନୁଷ୍ଠାନିକ ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟ ୟୁଏଇର ଦୁବାଇ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମ, ଆବୁଧାବି ଶେଖ ଜାୟଦ ଷ୍ଟାଡିୟମ, ସାରଜା ଷ୍ଟାଡିୟମ ଓ ଓମାନ କ୍ରିକେଟ୍ ଏକାଡେମୀ ଗ୍ରାଉଣ୍ଡରେ ଖେଳାଯିବ।

ଟି-୨୦ ବିଶ୍ଵ କପ୍ ୨୦୨୧ ପ୍ରଥମେ ଭାରତରେ ଆୟୋଜନ ହେବାର ଥିଲା। ହେଲେ କରୋନା ମହାମାରୀ କାରଣରୁ ଏହାକୁ ୟୁଏଇ ଓ ଓମାନ ସ୍ଥାନାନ୍ତର କରାଯାଇଛି। ୨୦୧୬ ପରେ ଏହା ପ୍ରଥମ ପୁରୁଷ ଟି-୨୦ ବିଶ୍ଵ କପ୍ ଖେଳାଯିବ। ଭାରତରେ ଖେଳାଯାଇଥିବା ୨୦୧୬ ଟି-୨୦ ବିଶ୍ଵକପ୍ ଫାଇନାଲ୍‌ରେ ଇଂଲଣ୍ଡକୁ ହରାଇ ଓ୍ଵେଷ୍ଟଇଣ୍ଡିଜ୍ ଚାମ୍ପିଅନ ହୋଇଥିଲା। ଏହା ପରେ ୨୦୨୦ ଟି-୨୦ ବିଶ୍ଵ କପ୍ ଅଷ୍ଟ୍ରେଲିଆରେ ଖେଳାଯିବାର ଥିଲା। କିନ୍ତୁ କୋଭିଡ୍-୧୯ ସଂକ୍ରମଣ କାରଣରୁ ଏହାକୁ ମଧ୍ୟ ସ୍ଥଗିତ କରାଯାଇଥିଲା।

ଆଇସିସି କହିଛି, ଆମେ ବିସିସିଆଇ, ୟୁଏଇ କ୍ରିକେଟ୍ ବୋର୍ଡ ଓ ଓମାନ କ୍ରିକେଟ୍ ସହ ଲଗାତାର ଯୋଗାଯୋଗରେ ରହିବୁ। ସବୁ ପ୍ରକାରର ବ୍ୟବସ୍ଥା କରାଯିବ, ଯେପରି ପ୍ରଶଂସକ କ୍ରିକେଟ୍‌ର ଏହି ଉତ୍ସବକୁ ଉପଭୋଗ କରିପାରିବେ। ବିସିସିଆଇକୁ ଅକ୍ଟୋବର ୧୭ ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)୨୦୨୧ର ଅବଶିଷ୍ଟ ମ୍ୟାଚ୍ ସାରିବାକୁ ପଡିବ। ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ୟୁଏଇରେ ଖେଳାଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ