ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବନ୍ଧାହେଲେ ରସିକିଆ ଟ୍ୟୁସନ ମାଷ୍ଟର, ନାବାଳିକା ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ ଓ ପରେ ଦୁଷ୍କର୍ମ ଅଭିଯୋଗ

ପାଟଣା ୨୯।୬: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ । ପରେ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୋଗରେ ପାଟଣା ପୋଲିସ ଅଭିଯୁକ୍ତ ଟ୍ୟୁସନ ମାଷ୍ଟର ଗତିକୃଷ୍ଣ ସେଠୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ନାବାଳିକାଙ୍କ ପରିବାରର ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଟ୍ୟୁସନ ମାଷ୍ଟର ଗତିକୃଷ୍ଣ ନାବାଳିକାଙ୍କୁ ଟ୍ୟୁସନରେ ପାଠ ପଢ଼ାଇବା ସମୟରେ ପ୍ରେମ ଜାଲରେ ଫସାଇଥିଲେ । ଗତ ମେ’ ମାସ ୧୮ ତାରିଖରେ ଅପହରଣ କରି ବାରିପଦାକୁ ନେଇ ଯାଇଥିଲା । ପରେ ଅଭିଯୁକ୍ତର ସମ୍ପର୍କୀୟ ମାଉସୀ ଘର ମାଟିଆଗଡ଼ ଗ୍ରାମରେ ନାବାଳିକାଙ୍କୁ ରଖି ଦୁଷ୍କର୍ମ କରିଥିଲା। ଏନେଇ ନାବାଳିକାଙ୍କ ପରିବାର ଲୋକେ ପାଟଣା ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତର ପରିବାର ଲୋକେ ନାବାଳିକାଙ୍କୁ ସେଠାରୁ ଆଣି ଥାନାରେ ହାଜର କରାଇଥିଲେ ।

ପୋଲିସ ପକ୍ଷରୁ ନାବାଳିକାଙ୍କ ଡାକ୍ତର ମାଇନା କରାଯାଇଥିଲା । ଘଟଣାରେ ତଦନ୍ତ କରଯାଇ ଫେରାର ଥିବା ଅଭିଯୁକ୍ତ ଟ୍ୟୁସନ ମାଷ୍ଟର ଗତିକୃଷ୍ଣ ସେଠୀକୁ ମଙ୍ଗଳବାର ମାଉସୀ ଘର ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ମାଟିଆଗଡ଼ ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି।

ଅଭିଯୋଗରେ ପାଟଣା ପୋଲିସ କେସ୍ ନମ୍ବର ୬୮/ ୨୧ ଆଇ, ପି ସି ୩୬୩,୩୭୬( ୪ ) ପୋସ୍କୋ ଆକ୍ଟ ରେ ଉଦୟପୁର ଗ୍ରାମର ଅଭିଯୁକ୍ତ ଟ୍ୟୁସନ ମାଷ୍ଟର ଗତିକୃଷ୍ଣ ସେଠୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି