ଖେଳ ଦେଶ ବିଦେଶ

ଦୀପିକା କୁମାରୀଙ୍କ ‘ଗୋଲ୍ଡେନ ହ୍ୟାଟ୍ରିକ’ ଉପରେ ହୃଦୟ ଛୁଇଁବା ଭଳି ଟ୍ଵିଟ୍ କଲେ ସଚିନ ତେନ୍ଦୁଲକର, କହିଲେ…

ମୁମ୍ବାଇ ୨୮।୦୬: ଭାରତର ତାରକା ତୀରନ୍ଦାଜ ଦୀପିକା କୁମାରୀ ପ୍ୟାରିସ୍‌ରେ ଖେଳାଯାଉଥିବା ତୀରନ୍ଦାଜି ବିଶ୍ଵ କପ୍‌ରେ ଇତିହାସ ରଚିଛନ୍ତି। ଦୀପିକା ଏକକ, ମହିଳା ଯୁଗଳ ଓ ମିଶ୍ରିତ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ କରିଛନ୍ତି। ଏହି ସ୍ମରଣୀୟ ଅବସରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଦୀପିକା କୁମାରୀଙ୍କୁ ହୃଦୟ ଛୁଆଁ ପରି ଟ୍ଵିଟ୍ କରିଛନ୍ତି। ସଚିନ ଟ୍ଵିଟ୍ କରି ଲେଖିଛନ୍ତି, ପ୍ୟାରିସ୍‌ରେ ଦୀପିକା ଯେଉଁଭଳି ପ୍ରଦର୍ଶନ କରିଛନ୍ତି, ସେଥିରୁ ଜଣା ପଡୁଛି ଯେ, ଅଲିମ୍ପିକରେ ଦୁନିଆକୁ କଣ କଣ ଦେଖିବାକୁ ମିଳିବ। ଦୀପିକା ରବିବାର ନିଜ ସ୍ଵାମୀ ଅତାନୁ ଦାସଙ୍କ ସହ ମିଶି ମିଶ୍ରିତ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଥିଲେ।

ସଚିନ ଲେଖିଛନ୍ତି, ଦୀପିକାଙ୍କ ଜବରଦସ୍ତ ପ୍ରଦର୍ଶନ। ଆପଣ ଏହି ସଫଳତା ଓ ମାନ୍ୟତାର ହଦକାର। ପ୍ୟାରିସରେ ଜାରି ତୀରନ୍ଦାଜି ବିଶ୍ଵ କପରେ ଆପଣଙ୍କ ପ୍ରଦର୍ଶନ ଦେଖାଇ ଦେଇଛି ଯେ, ଅଲିମ୍ପିକରେ ଦୁନିଆକୁ କଣ କଣ ଦେଖିବାକୁ ମିଳିବ। ଆପଣଙ୍କ ଉପଲବ୍ଧି ଉପରେ ଆମେ ଗର୍ବିତ। ଟୋକିଓ ଅଲିମ୍ପିକ ପାଇଁ ଆପଣଙ୍କୁ ଶୁଭକାମନା।

ଦୀପିକାଙ୍କ ସ୍ଵାମୀ ଅତାନୁ ବିଜୟ ପରେ କହିଛନ୍ତି, ଆମେ ଦୁହେଁ ପରସ୍ପର ପାଇଁ ତିଆରି ହୋଇଛୁ। ମୋତେ ଲାଗୁଛି ଏହି କାରଣ ପାଇଁ ହିଁ ଉଭୟଙ୍କ ବିବାହ ହୋଇଛି। ଆମେ ପରସ୍ପରକୁ କେବଳ ପ୍ରେରିତ କରୁ ନାହିଁ ବରଂ ଜଣେ ଅନ୍ୟ ଜଣଙ୍କୁ ଜିତିବା ପାଇଁ ଉତ୍ସାହିତ କରୁ। ରିକର୍ଭ ଏକକ ବର୍ଗରେ ଦୀପିକ ଋଷିଆର ଏଲେନା ଓସିପୋଭାଙ୍କୁ ୬-୦ରେ ହରାଇ ସ୍ଵର୍ଣ୍ଣ ପଦକ ଜିତିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ