ମନୋରଞ୍ଜନ

ସୁଦକ୍ଷା ଶ୍ରଦ୍ଧା

‘ଆଶିକ୍‌-୨’ର ନାୟିକା ଶ୍ରଦ୍ଧାଙ୍କୁ କିଏବା ଭୁଲିପାରିବ। ‘ତିନ୍‌ ପତି’ରୁ ଆରମ୍ଭ ହେଇଥିଲା ଶ୍ରଦ୍ଧାଙ୍କ ଅଭିନୟ ଯାତ୍ରା। ଏହାପରେ ଲଭ୍‌ କା ଦ ଏଣ୍ଡ, ଗୋରି ତେରେ ପ୍ୟା‌ର ମେ, ଏକ୍‌ ଭିଲିଆନ୍, ହାଇଦର, ଏବିସିଡି-୨, ବାଘୀ, ରକ୍ ଅନ୍-୨, ହାଫ୍‌ ଗାର୍ଲଫ୍ରେଣ୍ଡ, ନୱାବ୍‌ଜାଦେ, ସାହୋ, ଛିଛୋରେ ପରି ପ୍ରାୟ କୋଡ଼ିଏଟି ସଫଳ ସିନେମା‌ର ନାୟିକା ଶ୍ରଦ୍ଧା। ଏବେ ପୁଣି ଶ୍ରଦ୍ଧାଙ୍କ ହାତରେ ରହିଛି ପାଞ୍ଚଟି ଭିନ୍ନସ୍ବାଦର କାହାଣୀ ଏବଂ ବିଗ୍ ବଜେଟର ସିନେମା। ଜ୍ୟାକି ବାଗନାନୀ ପ୍ରଡକ୍ସନ୍‌ ପ୍ରସ୍ତୁତ ମୁଦାସର ଅଜିଜ୍‌ଙ୍କ ନୂଆ କମେଡି ଡ୍ରାମାର ନାୟିକା ଭାବେ ଶ୍ରଦ୍ଧା କପୁରଙ୍କୁ ଚୟନ କରାଯାଇଛି।

ଲଭ୍ ରଞ୍ଜନଙ୍କ ମୁଭିର ନାୟିକା ସାଜିଥିବା ଶ୍ରଦ୍ଧା ଏହା ପୂର୍ବରୁ ‘ଚାଲ୍‌ବାଜ ଇନ୍ ଲଣ୍ଡନ’ର ନାୟିକା ସାଜିଛନ୍ତି। ନୂଆ ମୁଭି ‘ଖବରି ଆଡ୍‌ସ’ରେ ମଧ୍ୟ ରାଜକୁମାର ରାଓଙ୍କ ବିପକ୍ଷର ନାୟିକା ସାଜିଛନ୍ତି ଶ୍ରଦ୍ଧା। ଏବେ ପୁଣି ସମୀର ବିଦ୍ବାନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁଯାଉଥିବା ‘ସତ୍ୟନାରାୟଣ କୀ କଥା’ର ନାୟିକା ଭାବେ ଶ୍ରଦ୍ଧାଙ୍କୁ ମନୋନୀତ କରାଯାଇଛି। ଷ୍ଟାର୍ ଡଟର୍ ହେଇଥିଲେ ବି ଦକ୍ଷତା ନ ଥାଇ ଶ୍ରଦ୍ଧା କ’ଣ ଏତେ ସୁଯୋଗ ହାତମୁଠାକୁ ଆଣିଛନ୍ତି? ତାଙ୍କ ସମୟରେ ଯେଉଁମାନେ ସିନେ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ, ସେମାନଙ୍କ ମଧ୍ୟରୁ ଅନେକ ହାତବାନ୍ଧି ବସିଥିବା ବେଳେ ଶ୍ରଦ୍ଧା ଏତେ କମ୍ ଦିନରେ ପଚିଶରୁ ତିରିଶଟି ସିନେମା ହାତେଇ ପାରିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ଶ୍ରଦ୍ଧା ସୁଦକ୍ଷା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ