ମନୋରଞ୍ଜନ

ଡ୍ରଗ୍ସ ନେଉଥିବା ସମୟରେ ଗିରଫ ହେଲେ ମରାଠି ଫିଲ୍ମ ଅଭିନେତ୍ରୀ, ଜାଣନ୍ତୁ ପୁରା ମାମଲା

ନାସିକ ୨୮/୦୬: ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ନେବା ପ୍ରକ୍ରିୟା ବନ୍ଦ ହେବାର ନାଁ ଧରୁନି । ନାସିକର ଇଗତପୁରୀରେ ରେଭ ପାର୍ଟି କରୁଥିବା ସମୟରେ ୨୨ ଜଣଙ୍କୁ ପୋଲିସ ଗିରଫ କରିଛି। ଏଥିରେ ମରାଠୀ ଫିଲ୍ମର ଅଭିନେତ୍ରୀମାନେ ସାମିଲ ହୋଇଥିଲେ ।

ଅଭିନେତ୍ରୀ ହିନା ପାଞ୍ଚାଲ ମରାଠୀ ଫିଲ୍ମ ଏବଂ ମରାଠୀ ବିଗ୍ ବସ୍ ସିଜନ୍ ୨ ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ପାଇଁ ଜଣାଶୁଣା । ସୂଚନା ମୁତାବକ ଶନିବାର ବିଳମ୍ବିତ ରାତିରେ ପୋଲିସ ରେଭ୍ ପାର୍ଟି ଉପରେ ଚଢାଉ କରିଥିଲା। ଏହି ସମୟରେ ପାର୍ଟିରେ ୨୨ ଜଣ ମଦ୍ୟପାନ ଏବଂ ଡ୍ରଗ୍ସ ନେଇଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଏଥିରେ ମରାଠୀ ଫିଲ୍ମ ଅଭିନେତ୍ରୀ ହିନାଙ୍କ ବ୍ୟତୀତ ମରାଠୀ ଏବଂ ସାଉଥ୍ ଫିଲ୍ମରେ କାମ କରୁଥିବା ୫ ଜଣ ଅଭିନେତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ନାଶିକର ଇଗାତପୁରୀରେ ହୋଇଥିବା ରେଭ ପାର୍ଟି ଉପରେ ଚଢାଉ ବେଳେ ଡ୍ରଗ୍ସ ନେଉଥିବା ଲୋକଙ୍କୁ ପୋଲିସ ଗିରଫ କରିଛି। ଏହି ଟିମ୍ ପ୍ରାୟ ୨୨ ଜଣଙ୍କୁ ଗିରଫ କରିଛି। ଏଥିମଧ୍ୟରେ ମରାଠୀ ଫିଲ୍ମ ଅଭିନେତ୍ରୀ ହିନା ପାଞ୍ଚାଲ ସାମିଲ ଅଛନ୍ତି। ଯେତେବେଳେ ପୋଲିସ ଚଢାଉ କରିଥିଲା, ଅଭିନେତ୍ରୀ ହିନା ପାଞ୍ଚାଲଙ୍କ ସମେତ ଯୁବକ ଓ ଯୁବତୀମାନେ ମଦ୍ୟପାନ କରି ନାଚୁଥିଲେ। ହୁକା, ହାସିସ୍, ଗଞ୍ଜେଇ ଏବଂ ଡ୍ରଗ୍ ପାଉଡରଗୁଡିକ ବ୍ୟବହାର କରୁଥିଲେ । ପୋଲିସ ମଧ୍ୟ ନିଶାସକ୍ତ ପଦାର୍ଥ ଜବତ କରିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ