ଖେଳ ଦେଶ ବିଦେଶ

ଭାରତୀୟ କ୍ରୀଡ଼ାବିତଙ୍କ ପାଇଁ କୋଭିଡ୍‌ କଟକଣା କୋହଳ ଟୋକିଓ ଅଲିମ୍ପିକ୍ସ ଅବଗଣନା: ଆଉ ୨୮ ଦିନ

ନୂଆଦିଲ୍ଲୀ : ଟୋକିଓ ଯାତ୍ରା କରିବାକୁ ଥିବା ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଅଲିମ୍ପିକ୍ ଆୟୋଜନ ସମିତି ଏହାର ପୂର୍ବ କୋଭିଡ୍‌ କଟକଣାରେ କିଛିଟା କୋହଳ କରିଛି। ପୂର୍ବରୁ ଆୟୋଜନ ସମିତି ପକ୍ଷରୁ ଟୋକିଓ ପହଞ୍ଚିବାର ପୂର୍ବ ୪୮ ଘଣ୍ଟା ଭିତରେ ଆରଟିପିସିଆର୍‌ ଟେଷ୍ଟ୍ କରିଥିବାର ପ୍ରମାଣପତ୍ର ଦେବାକୁ କୁହାଯାଇଥିଲା। ଏବେ ଏହାକୁ କେବଳ ଯାତ୍ରା ପୂର୍ବର ୯୬ ଘଣ୍ଟା ଓ ୭୨ ଘଣ୍ଟା (ଅର୍ଥାତ୍‌ ୩/୪ ଦିନ) ଭିତରେ ଦୁଇ ଥର ଚଳିବ ବୋଲି ସ୍ପଷ୍ଟ କରିଦିଆଯାଇଛି। ଭାରତୀୟ ଅଲିମ୍ପିକ୍ ଦଳର ଡେପୁଟି ଚିଫ୍‌ ଡି ମିଶନ୍‌ ଡକ୍ଟର ପ୍ରେମ୍ ବର୍ମା ଏହି ସୂଚନା ଦେଇଛନ୍ତି। ତେବେ ଉଭୟ ନେଗେଟିଭ୍ ରିପୋର୍ଟ ସ୍ବୀକୃତିପ୍ରାପ୍ତ ଡାଏଗ୍ନୋଷ୍ଟିକ କେନ୍ଦ୍ରରୁ ହୋଇଥିବ ଏବଂ ଭାରତରେ ଥିବା ଜାପାନ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ୱେବସାଇଟ୍‌ରେ ଅପଲୋଡ୍ ହେବା ବିଧେୟ। ପୂର୍ବରୁ ଟୋକିଓ ଯାତ୍ରାର ପୂର୍ବ ୧୪ ଦିନ ଯାକର ଦୈନିକ ସ୍ବାସ୍ଥ୍ୟ ବିବରଣୀକୁ ‌ଏକ ମୋବାଇଲ୍ ଆପ୍‌ରେ ଅପଲୋଡ୍ କରିବାକୁ କୁହାଯାଇଥିଲା। ଏଥିରେ ମଧ୍ୟ କୋହଳ କରାଯାଇ ୭ ଦିନକୁ ଖସାଇ ଦିଆଯାଇଛି। ଏହାଦ୍ବାରା ଖେଳାଳିଙ୍କ ସମସ୍ତ ବିବରଣୀ ସ୍ବତଃ ଇମିଗ୍ରେସନ୍‌ କାର୍ଯ୍ୟାଳୟରେ ପହଞ୍ଚିଯିବ ଏବଂ ବିମାନବନ୍ଦରରେ ଖେଳାଳିଙ୍କୁ କ୍ୟୁଆର୍‌ କୋଡ୍ ଦେଖାଇବା ମାତ୍ରେ ଯାତ୍ରା ସୁଗମ ହେବ।

ବର୍ମାଙ୍କ ସୂଚନା ଅନୁସାରେ ଦେଶସାରା ମୋଟ ୧୩ଟି ଘରୋଇ ଲାବରେଟୋରି ଚିହ୍ନଟ କରାଯାଇଛି। ତଥାପି ପାତିଆଲା, ସୋନପତ, ଦିଲ୍ଲୀ, ପୁଣେ, ହାଇଦ୍ରାବାଦ ଓ କୋଲକାତାରେ ଆଉ ୨ ଲେଖାଏଁ ଏବଂ ଗୁଆହାଟୀ, ଲକ୍ଷ୍ନୌ, ନାଗପୁର ଓ ଚେନ୍ନାଇରେ ଆଉ ଗୋଟିଏ ଲେଖାଏଁ କେନ୍ଦ୍ରକୁ ଅନୁମୋଦିତ କରିବାକୁ ଆ‌ୟୋଜନ ସମିତି ନିକଟରେ ଭାରତୀୟ ଅଲିମ୍ପିକ୍ ସଂଘ ଦାବି କରିଛି। ଖେଳାଳିମାନେ ଟୋକିଓ ପହଞ୍ଚିବା ପରେ ସେଠାରେ କ୍ରୀଡ଼ାଗ୍ରାମରେ ୩ ଦିନିଆ ସଙ୍ଗରୋଧରେ ରହିବା ସହ ଦୈନିକ ପରୀକ୍ଷଣର ସମ୍ମୁଖୀନ ହେବେ। ଏହା ଭାରତ ସମେତ ୧୧ଟି ଦେଶର କ୍ରୀଡ଼ାବିତଙ୍କ ଲାଗି ଲାଗୁ କରାଯାଇଛି। ଏହା ଛଡ଼ା ଖେଳାଳିମାନେ ଅନ୍ୟ କୌଣସି ଦେଶର ଖେଳାଳିଙ୍କ ସହ ଶାରୀରିକ ଭାବେ କଥାବାର୍ତ୍ତା କରିପାରିବେ ନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ