ଖେଳ

ଶ୍ରୀଲଙ୍କା ଗସ୍ତ ପୂର୍ବରୁ ମୁହାଁମୁହିଁ ହେଲେ ଧାଓ୍ୱନ ଓ ଭୁବନେଶ୍ୱର କୁମାର, ବିସିସିଆଇ ସେୟାର କଲା ଫଟୋ

ନୂଆଦିଲ୍ଲୀ,୨୬/୦୬: ଗୋଟିଏ ପଟେ ଭାରତ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ପାଇଁ ପ୍ରସ୍ତୁତି ଚଳାଇଛି । ଅନ୍ୟ ଦିଗରେ ଆଉ ଏକ ଟିମ୍ ଶିଖର ଧାଓ୍ୱନଙ୍କ ନେତୃତ୍ୱରେ ଶ୍ରୀଲଙ୍କ ଗସ୍ତ ପାଇଁ କସରତ୍ ଆରମ୍ଭ କରିଛି । ଏହି ଗସ୍ତରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି । ଦଳ ଜୁନ ୨୮ରେ ଶ୍ରୀଲଙ୍କା ଗସ୍ତ କରିବ । ଏଠାରେ ଦଳ ୬ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ ।

ତେବେ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଅଧିନାୟକ ଓ ଅଧିନାୟକଙ୍କ ମଧ୍ୟରେ ଜୋରଦାର ମୁକାବିଲା ହୋଇଛି । ଏହାର ଫଟୋ ବିସିସିଆଇ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି ।

ବିସିସିଆଇ ଯେଉଁ ଫଟୋ ସେୟାର କରିଛି, ସେଥିରେ ଦେଖିବାକୁ ମିଳିଛି ଯେ, ଉଭୟ ଖେଳାଲି ପ୍ଲେଷ୍ଟେସନରେ ଫୁଟବଲ ମ୍ୟାଚ୍ ଖେଳୁଛନ୍ତି । ଉଭୟ ଖେଳାଳି ପରସ୍ପରକୁ କଡା ଟକ୍କର ଦେଉଛନ୍ତି । ଫଟୋ କ୍ୟାପ୍ସନରେ ଧାଓ୍ୱନ ନା ଭୁବନେଶ୍ୱର କିଏ ଜିତୁଛି ବୋଲି ବିସିସିଆଇ ପ୍ରଶ୍ନ କରିଛି ।

ସୂଚନାଯୋଗ୍ୟ, ଉଭୟ ଦଳ ମଧ୍ୟରେ ଜୁଲାଇ ୧୩ରୁ ଦିନିକିଆ ସିରିଜ୍ ଆରମ୍ଭ ହେବ । ସମସ୍ତ ମ୍ୟାଚ୍ କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ । ଦଳର ଅଧିକାଂଶ ଖେଳାଳି ଇଂଲଣ୍ଡ ଗସ୍ତରେ ଥିବାରୁ ବିସିସିଆଇ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି । ଯେଉଁଥିରେ ଦେବଦତ୍ତ ପାଡିକଲ, ଚେତନ ସକାରିୟା, କୃଷ୍ଣାପ୍ପା ଗୌତମ ଓ ଋତୁରାଜ ଗାୟକଓ୍ୱାଡ ସାମିଲ ଅଛନ୍ତି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ