ଖେଳ

WTC ଫାଇନାଲରେ କାହିଁକି ହାରିଲା ଭାରତ ? ସଚିନ ତେନ୍ଦୁଲକର କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ ୨୬/୬ : ଟେଷ୍ଟ କ୍ରିକେଟ୍ ଇତିହାସର ସବୁଠୁ ବଡ ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାଜୟ ବରଣ କରିଛି ଭାରତ । ତେବେ ଭାରତର ପରାଜୟ ପଛରେ କଣ ରହିଛି ପ୍ରକୃତ କାରଣ ତାକୁ ସ୍ପଷ୍ଟ କରିଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସଚିନ କହିଛନ୍ତି ଯେ ଦୁଇ ଓଭର ମଧ୍ୟରେ ଅଧିନାୟକ ବିରାଟ କୋହଲି ଏବଂ ତିନି ନମ୍ବର ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ଆଉଟ ହେବା ଟିମ୍ ଇଣ୍ଡିଆ ପାଇଁ ମହଙ୍ଗା ପଡିଥିଲା ।

ଏହା ସହିତ ତେନ୍ଦୁଲକର ସ୍ୱୀକାର କରିଛନ୍ତି ଯେ ଫାଇନାଲରେ ନ୍ୟୁଜିଲାଣ୍ଡ ଦଳ ଭାରତ ଅପେକ୍ଷା ଭଲ ପ୍ରଦର୍ଶନ କରିଥିଲା । ସଚିନ ତେନ୍ଦୁଲକର କହିଛନ୍ତି ଯେ ଡବ୍ଲୁଟିସି ଫାଇନାଲ ଭଳି ଏକ ବଡ଼ ମ୍ୟାଚରେ ଭାରତର କିମ୍ବଦନ୍ତୀ ଖେଳାଳି ନିରାଶ ହୋଇଛନ୍ତି । ସଚିନ ତେନ୍ଦୁଲକର ମଧ୍ୟ ଏହି ବିଜୟ ପାଇଁ ନ୍ୟୁଜିଲ୍ୟାଣ୍ଡକୁ ଅଭିନନ୍ଦନ ଜଣାଇଛନ୍ତି । ସଚିନ କହିଛନ୍ତି, ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଜିତିବା ପାଇଁ ବ୍ଲାକ୍ କ୍ୟାପ୍ସକୁ ଅଭିନନ୍ଦନ । ଆପଣମାନେ ବହୁ ଭଲ ଖେଳିଥିଲ ।

ସଚିନ ଆହୁରି ଲେଖିଛନ୍ତି, ଟିମ୍ ଇଣ୍ଡିଆ ନିଜର ପ୍ରଦର୍ଶନକୁ ନେଇ ନିରାଶ । ମୁଁ ଯେପରି ପୂର୍ବରୁ କହିଥିଲି ପ୍ରଥମ ୧୦ ଓଭର ଗୁରୁତ୍ୱପୂର୍ଣ୍ଣ । ଆଉ ୧୦ଟି ରନରେ ଉଭୟ କୋହଲି ଏବଂ ପୂଜାରାଙ୍କୁ ହରାଇ ବା ପରେ ଦଳ ଉପରେ ବଢିଥିଲା ଚାପ । ଉଭୟ କୋହଲି ଏବଂ ପୂଜାରାଙ୍କୁ ଲମ୍ବା ପେସର କାଇଲ ଜେମିସନ ଆଉଟ କରିଥିଲେ । ଯାହାକି ବଡ ଟର୍ଣ୍ଣିଂ ପଏଣ୍ଟ ଥିଲା । ସଚିନ ତେନ୍ଦୁଲକର ଏକମାତ୍ର ଖେଳାଳି ନୁହଁନ୍ତି ଯିଏ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡର ପ୍ରଦର୍ଶନକୁ ଭାରତ ଅପେକ୍ଷା ଭଲ ବୋଲି ବର୍ଣ୍ଣନା କରିଛନ୍ତି ।

ଅନେକ ଭେଟେରାନ୍ ଖେଳାଳି ନ୍ୟୁଜିଲ୍ୟାଣ୍ଡର ପ୍ରଦର୍ଶନକୁ ଉଜ୍ଜ୍ୱଳ ବୋଲି ବର୍ଣ୍ଣନା କରିଛନ୍ତି । ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ନ୍ୟୁଜିଲ୍ୟାଣ୍ଡକୁ କଡ଼ା ପ୍ରଶଂସା କରିଥିଲେ । ଲକ୍ଷ୍ମଣ କହିଛନ୍ତି, କିଓ୍ୱି ଦଳ ଚାମ୍ପିୟନ ହୋଇଥିବାରୁ ଅଭିନନ୍ଦନ । ନ୍ୟୁଜିଲ୍ୟାଣ୍ଡର ବୋଲରମାନେ ଚମତ୍କାର ଥିଲେ । ୱିଲିୟମ୍ସନ୍ ଏବଂ ଟେଲର ଏହି କାର୍ଯ୍ୟ ଶେଷ କରିବାକୁ ସେମାନଙ୍କର ଅଭିଜ୍ଞତାକୁ ପ୍ରୟୋଗ କରିଥିଲେ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ