ମନୋରଞ୍ଜନ

ଅଭିନେତ୍ରୀ ପାୟଲ ରୋହତଗୀ ଗିରଫ

ଅହମଦାବାଦ ୨୫/୦୬ : ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଅହମ୍ମଦାବାଦ ପୋଲିସ ଗିରଫ କରିଛି। ସୋସାଇଟି ଅଧ୍ୟକ୍ଷଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଦୁର୍ବବ୍ୟବହାର ସହ ସୋସାଇଟିର ଅନ୍ୟ ବାସିନ୍ଦାଙ୍କୁ ମିଛ ମାମଲାରେ ଫସାଇବାକୁ ଧମକ ଦେଇଥିବା ଅଭିଯୋଗ ମଧ୍ୟ ରୋହତଗୀଙ୍କ ନାଁରେ ରହିଛି । ଅଭିନେତ୍ରୀଙ୍କର ଏପରି ବ୍ୟବହାର କାରଣରୁ ସୋସାଇଟିର ଲୋକମାନେ ଦୀର୍ଘ ଦିନ ଧରି କ୍ଷୁବ୍ଧ ଥିଲେ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଜୁନ୍ ୨୦ ରେ ସେ ରହୁଥିବା ସୋସାଇଟି ଏକ ବୈଠକ ହୋଇଥିଲା। ପାୟଲ ରୋହତଗୀ ସେହି ବୈଠକକୁ ଆମନ୍ତ୍ରିତ ହୋଇନଥିଲେ ତଥାପି ସେଠାରେ ପହଞ୍ଚିଥିଲେ। ସେଠାରେ ସେ କିଛି କହିବାକୁ ମଧ୍ୟ ଚାହିଁଥିଲେ। ତେବେ ତାଙ୍କୁ ବାରଣ କରାଯିବାରୁ ସେ ଅଧ୍ୟକ୍ଷଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ । ସୋସାଇଟି ଅଧ୍ୟକ୍ଷଙ୍କ ଅଭିଯୋଗ ପରେ ପୋଲିସ ପାୟଲଙ୍କୁ ଗିରଫ କରିଛି ।

ସୋସିଆଲ ମିଡିଆରେ ପାୟଲ ରୋହତଗୀ ବହୁତ ଆକ୍ଟିଭ ଏବଂ ସେ ଅନେକ ପ୍ରସଙ୍ଗରେ ନିଜର ମତାମତ ମଧ୍ୟ ରଖିଥାନ୍ତି । ଏହି କାରଣରୁ ସେ ଅନେକ ସମୟରେ ବିବାଦ ମଧ୍ୟକୁ ଠେଲି ହୋଇଯାଆନ୍ତି । ୨୦୧୯ ରେ ନେହେରୁ-ଗାନ୍ଧୀ ପରିବାର ସମ୍ପର୍କୀତ ଏକ ପୋଷ୍ଟକୁ ନେଇ ସେ ବିବାଦ ମଧ୍ୟକୁ ଆସିଥିଲେ ଏବଂ ପରେ ସେହି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ମାମଲାରେ କୋର୍ଟ ତାଙ୍କୁ ହେପାଜତକୁ ପଠାଇଥିଲେ ମଧ୍ୟ ଗୋଟିଏ ଦିନ ମଧ୍ୟରେ ତାଙ୍କୁ ଜାମିନ ମିଳିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ