ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପହାର ଦେଇପାରନ୍ତି। ଛାତ୍ରଙ୍କର ଲେଖାପଢ଼ାରେ ବାଧା ଦୂର ହୋଇଯିବ।

ବୃଷ: ଚାକିରି ବଦଳାଇବା ପାଇଁ ମନସ୍ଥ କରିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ପରିବାରରେ ସୁଖ ଶାନ୍ତି କାଏମ୍ ରହିବ।


ମିଥୁନ: ନିଜ ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ବ୍ୟବସାୟରେ ଅଚାନକ ଧନଲାଭର ସୁଯୋଗ ପାଇବେ। ସାଥୀ ସହିତ ସିନେମା ଦେଖିବାର ଯୋଜନା କରିବେ।

କର୍କଟ: ବ୍ୟବସାୟରେ ପୁଞ୍ଜି ଲଗାଇପାରନ୍ତି। ଅଫିସରେ ପଦୋନ୍ନତି ମିଳିବାର ସୁଯୋଗ ରହିଛି। ପାରିବାରିକ କାମରେ ବନ୍ଧୁଙ୍କର ସାହାଯ୍ୟ ପାଇବେ। ପ୍ରେମ ସଂପର୍କ ନିବିଡ଼ ହେବ।

ସିଂହ: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ପୂର୍ବ ଅଶାନ୍ତି ସମାପ୍ତ ହୋଇପାରେ। କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ରରେ ଥିବା ଲୋକଙ୍କୁ ଯଥେଷ୍ଟ ଲାଭ ହେବ।

କନ୍ୟା: ଆପଣଙ୍କର ଆତ୍ମବିଶ୍ବାସ ପୂର୍ବ ଅପେକ୍ଷା ମଜଭୁତ ହେବ। କୌଣସି କାର୍ଯ୍ୟ କରିବା ଲାଗି ଯୋଜନା କରିବେ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ।

ତୁଳା: ଆପଣଙ୍କର ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ। ପାରିବାରିକ ଜୀବନ ସୁଖକର ହେବ।

ବିଛା: ଆପଣଙ୍କର ସ୍ବଭାବ ସକାରାତ୍ମକ ରହିବ। ବେପାରରେ ବଡ଼ କଂପାନି ସହିତ ସଉଦା କରିବାର ସୁଯୋଗ ଆସିବ। ପିଲାଙ୍କ କ୍ୟାରିୟର ଲାଗି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

ଧନୁ: ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ପ୍ରିୟ ବନ୍ଧୁ ସହିତ ସାକ୍ଷାତ ହୋଇପାରେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ଘରେ ଖୁସିର ଆଗମନ ହେବ।

ମକର: ସନ୍ତାନଙ୍କ କ୍ୟାରିୟରକୁ ନେଇ ମନରେ ଚିନ୍ତା ରହିବ। ଅଫିସରେ ଅଧିକ ସମୟ ପରିଶ୍ରମ କଲେ ଯାଇ ଅବଶିଷ୍ଟ କାମ ପୂରା ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

କୁମ୍ଭ: ଆପଣଙ୍କ ପଥରେ ଆସୁଥିବା ବାଧା ଦୂର ହେବ। ସନ୍ତାନ୍ତ ଆପଣଙ୍କର ବ୍ୟବସାୟରେ ପୂରା ସହଯୋଗ କରିବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।

ମୀନ: ଯୋଜନା ତିଆରି ଏବଂ କ୍ରିୟାନ୍ବିତ କରିବା ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। କୌଣସି ପୁରୁଣା ବନ୍ଧୁ ସହିତ ମିଶିବା ପାଇଁ ଇଚ୍ଛା ହେବ।

NewsLaxmi7

About Author

You may also like

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ