ମନୋରଞ୍ଜନ

ସାଇକେଲରେ ବୁଲି ବ୍ରେଡ୍,ଅଣ୍ଡା ବିକ୍ରି କରୁଛନ୍ତି ସୋନୁ ସୁଦ: କହିଲେ, କିଏ କହୁଛନ୍ତି ମାଲ୍ ବନ୍ଦ ଅଛି

ମୁମ୍ବାଇ ୨୪/୦୬: ସୋନୁ ସୁଦ୍ କରୋନା ଭାଇରସରେ ପୀଡିତ ଲୋକଙ୍କୁ ସବୁ ପ୍ରକାରରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି । ତାଙ୍କର ରିସେଣ୍ଟ୍ ସୋସିଆଲ ମିଡିଆ ପୋଷ୍ଟରେ ସେ ଏକ ସାଇକେଲରେ ବ୍ରେଡ୍ ଏବଂ ଅଣ୍ଡା ବିକ୍ରି କରୁଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖିଲେ ଲାଗୁଛି ଯେ ସୋନୁ ନିଜର ଅଣ୍ଡା, ବ୍ରେଡ୍ ବ୍ୟବସାୟ ଆରମ୍ଭ କରିଛନ୍ତି। ସେ ଏହାର ନାମ ଦେଇଛନ୍ତି ‘ସୋନୁ ସୁଦଙ୍କ ସୁପରମାର୍କେଟ୍’ ।


ସୋନୁ ସୁଦଙ୍କର ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି। ଏହା ଦେଖି ଲାଗୁଛି ସେ ଅଣ୍ଡା, ବ୍ରେଡ୍ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପାଇଁ ଏକ ମୋବାଇଲ୍ ଷ୍ଟୋର ଆରମ୍ଭ କରିଛନ୍ତି । ବୁଧବାର ସେ ଇନଷ୍ଟାଗ୍ରାମରେ ଏହି ମଜାଦାର ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ଏକ ସାଇକେଲରେ ଅଛନ୍ତି ଏବଂ ତାଙ୍କ ଜିନିଷର ସବିଶେଷ ତଥ୍ୟ କହୁଛନ୍ତି । ଏହି ସମୟରେ ସୋନୁ ଏକ ଧଳା ଟି-ସାର୍ଟ, ଜିନ୍ସ ଏବଂ ସ୍ନିକର୍ସ ପିନ୍ଧିଛନ୍ତି । ତାଙ୍କର ଏହି ଭିଡିଓକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରୁଛନ୍ତି ।

ଭିଡିଓରେ ସୋନୁ କହୁଛନ୍ତି, କିଏ କହୁଛନ୍ତି, ମାଲ୍ ବନ୍ଦ ହୋଇଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦୋକାନ ବଜାର ପ୍ରସ୍ତୁତ । ମୋର ସବୁକିଛି ଅଛି । ଅଣ୍ଡା ଅଛି ଯାହା ୬ ଟଙ୍କାରେ ମିଳୁଛି, ବଡ ସାଇଜର୍ ବ୍ରେଡ୍ ଯାହା ୪୦ ଟଙ୍କା । ଇନଷ୍ଟା କ୍ୟାପସନରେ ସେ ଲେଖିଛନ୍ତି, ହୋମ୍ ଡେଲିଭରି । ୧୦ ଟି ଅଣ୍ଡା ସହିତ ୧ ବ୍ରେଡ୍ ଫ୍ରୀ ।

ସୋନୁ ଆହୁରି କହିଛନ୍ତି, ‘ଯାହାକୁ ଆବଶ୍ୟକ ସେ ଆଗକୁ ଆସନ୍ତୁ । ବର୍ତ୍ତମାନ ଡେଲିଭରୀ ପାଇଁ ସମୟ ଆସିଛି । ଡେଲିଭରୀର ଚାର୍ଜ ମଧ୍ୟ ଅଛି । ଚାଲନ୍ତୁ ଭେଟିବା ବନ୍ଧୁ, ସୋନୁ ସୁଦଙ୍କ ସୁପରମାର୍କେଟ୍ । ଏକଦମ୍ ହିଟ୍ ହେ ବସ୍ ।‘ ଛୋଟ ବ୍ୟବସାୟକୁ ସମର୍ଥନ କରିବା ପାଇଁ ସୋନୁ ଏହି ଭିଡିଓ ପୋଷ୍ଟ କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ