ଖେଳ

ଜାଦେଜା ହେଲେ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଟେଷ୍ଟ୍‌ ଅଲ୍‌ରାଉଣ୍ଡର

ଦୁବାଇ: ଭାରତୀୟ ସ୍ପିନ୍‌ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ଲଣ୍ଡନର ସାଉଥମ୍ପଟନ୍‌ରେ ଚାଲିଥିବା ଭାରତ ଓ ନ୍ୟୁଜିଲାଣ୍ଡ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ସ ଅବସରରେ ଆଇସିସି ଟେଷ୍ଟ୍‌ ମାନ୍ୟତାର ସର୍ବଶ୍ରେଷ୍ଠ ଅଲ୍‌ରାଉଣ୍ଡର ହୋଇଛନ୍ତି। ଏକ୍ଷେତ୍ରରେ ସେ ୱେଷ୍ଟଇଣ୍ଡିଜ୍‌ର ଜାସନ୍‌ ହୋଲ୍‌ଡରଙ୍କୁ ଗାଦିଚ୍ୟୁତ କରିଛନ୍ତି। ବିଶ୍ବର ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଟେଷ୍ଟ୍‌ ଅଲ୍‌ରାଉଣ୍ଡର ହୋଇଥିବା ଜାଦେଜା (୩୮୬ ରେଟିଂ ପଏଣ୍ଟ୍‌) ସଦ୍ୟ ପ୍ରକାଶିତ ଆଇସିସି ମାନ୍ୟତାରେ ହୋଲ୍‌ଡର (୩୮୪)ଙ୍କଠୁ ୨ ପଏଣ୍ଟ୍‌ ଆଗରେ ରହିଛନ୍ତି। ଏହି ତାଲିକାରେ ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ (୩୭୭) ତୃତୀୟ ସ୍ଥାନରେ ରହିଥିଲା ବେଳେ ଅନ୍ୟତମ ଭାରତୀୟ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ (୩୫୩) ଓ ବାଂଲାଦେଶର ସାକିବ୍‌ ଅଲ୍‌ ହାସନ୍‌ (୩୩୮) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି।

ଅନ୍ୟପକ୍ଷରେ ଅଶ୍ବିନ୍‌ (୮୫୦) ବୋଲରଙ୍କ ମାନ୍ୟତା ତାଲିକାରେ ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍ସ (୯୦୮)ଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଥିଲା ବେଳେ ନ୍ୟୁଜିଲାଣ୍ଡ୍‌ର ଟିମ୍‌ ସାଉଦି (୮୩୦) ତୃ୍ତୀୟରେ ରହିଛନ୍ତି। ସେହିପରି ବ୍ୟାଟ୍‌ସମ୍ୟାନ୍‌ଙ୍କ ତାଲିକାରେ ଶୀର୍ଷ-୫ ମଧ୍ୟରେ କୌଣସି ପରିବର୍ତନ ଘଟିନି। ଭାରତୀୟ ଅଧିନାୟକ ବିରାଟ କୋହଲି (୮୧୪) ଚତୁର୍ଥରେ ସ୍ଥିର ରହିଥିଲା ବେଳେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ (୮୯୧) ଶୀର୍ଷରେ ଅପରିବର୍ତିତ ରହିଛନ୍ତି। ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ (୮୮୬) ଏବଂ ଅଷ୍ଟ୍ରେଲିଆର ମାର୍ନସ ଲବୁସାନ୍‌ (୮୭୮) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟରେ ଥିଲା ବେଳେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ (୭୯୭) ପଞ୍ଚମ, ଦୁଇ ଭାରତୀୟ ଋଷଭ ପନ୍ତ୍‌ ଓ ରୋହିତ ଶର୍ମା (୭୪୭) ଯୁଗ୍ମ ଭାବେ ଷଷ୍ଠ ସ୍ଥାନରେ ଅଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ