ଖେଳ

ଭାରତର ପରାଜୟ ପରେ ତାତିଲେ କ୍ରିକେଟ୍ ପ୍ରେମୀ, କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଦାବି

ନୂଆଦିଲ୍ଲୀ,୨୪/୦୬: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଆଇସିସି ଟ୍ରଫି ଜିତିବାରେ ବାରମ୍ବାର ବିଫଳ ହେଉଛି । ଗତ ୪ ବର୍ଷରେ ଏହା ତୃତୀୟ ଥର ହୋଇଛି । ଦଳର ଏପରି ପ୍ରଦର୍ଶନକୁ ନେଇ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହାପୂର୍ବରୁ ଭାରତ ୨୦୧୭ରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପାକିସ୍ତାନଠୁ ହାରିଥିଲା । ଏହାପରେ ଦଳ ୨୦୧୯ ବିଶ୍ୱକପରେ ନ୍ୟୁଜିଲାଣ୍ଡଠାରୁ ଓ ୨୦୨୧ରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ମଧ୍ୟ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି । ବିରାଟ କୋହଲି ଦଳର ସବୁଠାରୁ ସଫଳ ଅଧିନାୟକ ହୋଇଥିଲେ ମଧ୍ୟ ତାଙ୍କ କବଜାରେ ଆଇସିସିର ଗୋଟିଏ ହେଲେ ଟ୍ରଫି ନାହିଁ ।

ଅସନ୍ତୁଷ୍ଟ ଫ୍ୟାନମାନେ ଟ୍ୱିଟରରେ ନିଜର ଅସନ୍ତୋଷ ଜାହିର କରିଛନ୍ତି। କିଛି ୟୁଜର କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଦାବି କରିଛନ୍ତି । ଆଉ କେହି କୋହଲି ଭାରତକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନକରିବାକୁ କହିଛନ୍ତି । କୋହଲି ଆଇପିଏଲରେ ଆରସିବିର ଅଧିନାୟକ ଅଟନ୍ତି । ତାଙ୍କ ନେତୃତ୍ୱରେ ଦଳ ଥରେ ହେଲେ ଆଇପିଏଲ ଚାମ୍ପିଅନ ହୋଇନାହିଁ । ଫ୍ୟାନ୍ ମାନେ କୋହଲିଙ୍କ ବ୍ୟତୀତ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଦଳ ପାଇଁ ନୂଆ କୋଚ୍ ଦାବି କରୁଛନ୍ତି ।

ସୂଚନାଯୋଗ୍ୟ, ସାଉଥମ୍ପଟନରେ ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଭାରତ ନ୍ୟୁଜିଲାଣ୍ଡଠୁ ୮ ଓ୍ୱିକେଟରେ ପରାସ୍ତ ହୋଇଛି । ଭାରତ ଦେଇଥିବା ୧୩୯ରନର ଟାର୍ଗେଟରୁ କିଓ୍ୱି ମାତ୍ର ୨ ଓ୍ୱିକେଟ୍ ହରାଇ ହାସଲ କରିନେଇଥିଲା ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ