ନୂଆଦିଲ୍ଲୀ ୨୩/୦୬: ଅଭିନେତ୍ରୀ କ୍ରିତି ସାନନଙ୍କର ବର୍ତ୍ତମାନ ଅନେକ ଫିଲ୍ମ ରହିଛି, ଯେଉଁଥିରେ ସେ ବିଭିନ୍ନ ଅବତାରରେ ଅଭିନୟ କରିବାକୁ ଯାଉଛନ୍ତି । ସୂଚନା ଅନୁଯାୟୀ ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମ ତାଙ୍କ ହାତକୁ ଆସିବାକୁ ଯାଉଛି। ଅନୁରାଗ ହଲିଉଡର ପ୍ରସିଦ୍ଧ ଆକ୍ସନ୍ ଥ୍ରୀଲର ଫିଲ୍ମ ‘କିଲ୍ ବିଲ୍’ର ହିନ୍ଦୀ ରିମେକ୍ ପାଇଁ କ୍ରିତୀଙ୍କ ସହ ଏହି ଫିଲ୍ମରେ କାମ କରିବାକୁ ଯାଉଛନ୍ତି।
ଫିଲ୍ମର ନିର୍ମାତା ନିଖିଲ ଦ୍ୱିବେଦୀ ଥିବାବେଳେ ଅନୁରାଗ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ନିଖିଲ ଦ୍ୱିବେଦୀ ଏହି ଫିଲ୍ମ କରିବା ପାଇଁ ବହୁ ପୂର୍ବରୁ ହିନ୍ଦୀ ରିମେକର ରାଇଟ୍ସ କିଣିଥିଲେ। ଉଭୟ ଲକଡାଉନ୍ ସମୟରେ ଫିଲ୍ମର କାହାଣୀ ଉପରେ କାମ କରୁଥିଲେ ଏବଂ ବର୍ତ୍ତମାନ ସେମାନେ ଅନ୍ତିମ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ଏହି ଫିଲ୍ମରେ ଲିଡ୍ ହିରୋଇନଙ୍କ ଭୂମିକା ପାଇଁ କ୍ରିତି ସାନନଙ୍କୁ ସମ୍ପର୍କ କରାଯାଇଛି । କ୍ରିତି ଏହାକୁ ହଁ କହିଛନ୍ତି। ସେ ଖୁବ୍ ଶୀଘ୍ର ଫିଲ୍ମରେ ସାଇନ୍ କରିବେ । ପ୍ରସିଦ୍ଧ ନିର୍ଦ୍ଦେଶକ କ୍ୱେଣ୍ଟିନ୍ ଟେରାଣ୍ଟିନୋଙ୍କ ଫିଲ୍ମ ସିରିଜ୍ ‘କିଲ୍ ବିଲ୍ ୨୦୦୩ ରେ ଆସିଥିଲା। ଏଥିରେ ଉମା ଥରୁମାନ ଜଣେ ମାରାତ୍ମକ ମହିଳା ଯୋଦ୍ଧା ଚରିତ୍ରରେ ଅଭିନୟ କରିଥିଲେ।

କେବଳ ଏତିକି ନୁହେଁ, ୱେବସାଇଟ ସୂତ୍ରରୁ ପ୍ରକାଶ ଯେ, ଏହି ଫିଲ୍ମର କାହାଣୀ ମୂଳ ଫିଲ୍ମ ସହିତ ସମାନ ହେବ, ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ନାରୀ, ଯିଏକି ତାଙ୍କ ପ୍ରତିଶୋଧ ପାଇଁ ଲୋକଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କରେ । କ୍ରିତୀଙ୍କ ବ୍ୟତୀତ ଅନ୍ୟ ଦୁଇ ଅଭିନେତ୍ରୀ ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ, ଯେଉଁଥିପାଇଁ ଆଲୋଚନା ଚାଲିଛି। ଯଦି କ୍ରିତି ସାନନ୍ ଏହି ଫିଲ୍ମଟିକୁ କରନ୍ତି, ତେବେ ଏହା ତାଙ୍କର ପ୍ରଥମ ଆକ୍ସନ୍ ଡ୍ରାମା ଫିଲ୍ମ ହେବ ।
ବର୍ତ୍ତମାନ ୱାର୍କ ଫ୍ରଣ୍ଟରେ କ୍ରିତି ହରର୍ କମେଡି ଫିଲ୍ମ ଭେଡିଆର ସୁଟିଂ ଶେଷ କରିଛନ୍ତି। ସେ ଏହି ଫିଲ୍ମରେ ବରୁଣ ଧାୱନଙ୍କ ସହ ନଜର ଆସିବେ। ଏହା ବ୍ୟତୀତ କ୍ରିତିଙ୍କ ଆଗାମୀ ଫିଲ୍ମଗୁଡିକ ହେଉଛି ମିମି, ବଚ୍ଚନ ପାଣ୍ଡେ, ଆଦିପୁରୁଷ, ଲୁକା ଚୁପି ୨ ଏବଂ ସେକେଣ୍ଡ ଇନିଂସ।

