ମନୋରଞ୍ଜନ

ଶାଢୀ ସହ ଜୋତା ପିନ୍ଧି ଋଷ୍ ରାସ୍ତାରେ ସ୍ବାଗ୍ ଦେଖାଇଲେ ତାପସୀ, ଫଟୋ ଭାଇରାଲ୍

ନୂଆଦିଲ୍ଲୀ ୨୩/୦୬: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ହସିନ୍ ଦିଲରୁବା’କୁ ନେଇ ଚର୍ଚ୍ଚାରେ। ତାପସୀ ନିଜର ଦମଦାର ଅଭିନୟ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିପାରିଛନ୍ତି । ନିକଟରେ ଅଭିନେତ୍ରୀ ବିଦେଶରେ ଛୁଟିଦିନ ପାଳନ କରୁଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ତାପସୀଙ୍କ ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ତାପସୀଙ୍କୁ ଋଷର ସେଣ୍ଟ ପିଟର୍ସବର୍ଗର ରାସ୍ତାରେ ଦେଖିବାକୁ ମିଳିଛି। ଯେଉଁଥିରେ ତାପସୀ ଏକ ନୀଳ ବ୍ଲାଉଜରେ ହାଲକା ହଳଦୀଆ ସାଢୀ ସହିତ ସ୍ନେକର୍ସ ଜୋତା ଏବଂ ଆଖିରେ କଳା ଚଷମା ପିନ୍ଧିଥିବାର ନଜର ଆସିଛନ୍ତି । ଯାହା ତାଙ୍କ ସ୍ୱାଗକୁ ଆହୁରି ବଢାଇଛି ।

ଫଟୋ ସେୟାର କରି ତାପସୀ କ୍ୟାପସନରେ ଲେଖିଛନ୍ତି, ଏହି ରାସ୍ତା ଗୁଡିକ ଅତ୍ୟନ୍ତ ଆକର୍ଷଣୀୟ ହୋଇପାରେ । ଡିନର୍ ପାଇଁ ବିଳମ୍ବ! ଦୌଡ! ଏହା ସହିତ ତାପସୀ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ସେଣ୍ଟ ପିଟର୍ସବର୍ଗ ଗସ୍ତର ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି ।

ତାପସୀ ଜଣେ ଏପରି ଅଭିନେତ୍ରୀ ଯିଏକି ଅଭନୟ ପାଇଁ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିନାହାଁନ୍ତି । ତଥାପି, ସେ ନିଜ ଅଭିନୟ ମାଧ୍ୟମରେ ଲକ୍ଷଲକ୍ଷ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ଫିଲ୍ମ ‘ଥାପଡ’ରେ ତାଙ୍କର ଦୃଢ ଅଭିନୟ ସହିତ ତାପସୀ ସମାଲୋଚକ ତଥା ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରିଥିଲେ । ଆଜି ସେ ବଲିଉଡର ଟପ୍ ହିରୋଇନମାନଙ୍କ ମଧ୍ୟରେ ଗଣିତ ହୋଇଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ