ଖେଳ

ଭାରତ-ଇଂଲଣ୍ଡ ମହିଳା ଟେଷ୍ଟ୍‌ ଅମୀମାଂସିତ

ବ୍ରିଷ୍ଟଲ୍‌: ସେଫାଳି ବର୍ମାଙ୍କ ଉଭୟ ପାଳିରେ ଅର୍ଦ୍ଧଶତକ ପରେ ଦୀପ୍ତି ଶର୍ମା ଓ ସ୍ନେହା ରାଣାଙ୍କ ଦ୍ବିତୀୟ ପାଳି ଅର୍ଦ୍ଧଶତକ ବଳରେ ଭାରତୀୟ ମହିଳା ଦଳ ଘରୋଇ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍‌କୁ ଅମୀମାଂସିତ ରଖିଛି। ପ୍ରଥମ ପାଳିରେ ୨୩୧ ରନ୍‌ କରି ୧୬୫ ରନ୍‌ରେ ପଛୁଆ ରହିବା ପରେ ଫଲୋଅନ୍‌ ଖେଳିଥିବା ଭାରତ ଦ୍ବିତୀୟ ପାଳିରେ ଚମତ୍କାର ବ୍ୟାଟିଂ କରିଥିଲା। ଶନିବାର ଚତୁର୍ଥ ତଥା ଅନ୍ତିମ ଦିବସ‌ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଭ୍ରମଣକାରୀ ଦଳ ୮ ୱିକେଟ୍‌ ବିନିମୟରେ ୩୪୪ ରନ୍‌ କରି ଇଂଲଣ୍ଡର ବିଜୟ ଆଶାକୁ ମଉଳାଇ ଦେଇଥିଲା। ୨୪୦ ରନ୍‌ରେ ଅଷ୍ଟମ ୱିକେଟ୍‌ ହରାଇଥିବା ଭାରତକୁ ସ୍ନେହା ଓ ୱିକେଟ୍‌ରକ୍ଷିକା ତାନିଆ ଭାଟିଆ ରକ୍ଷା କରିଥିଲେ। ଦୁଇ ଅଭିଜ୍ଞା ଖେଳାଳି ଅଧିନାୟିକା ମିତାଲି ରାଜ ଓ ହର୍‌ମନ୍‌ପ୍ରିତ୍‌ କୌର (୮) ପୁଣି ଥରେ ନିରାଶ କରିଥିଲା ବେଳେ ସ୍ନେହା ଓ ତାନିଆ ଅବିଭାଜିତ ନବମ ୱିକେଟ୍‌ରେ ୧୦୪ ରନ୍ ଯୋଡ଼ି ଭାରତକୁ ପରାଜୟରୁ ରକ୍ଷା କରିଥିଲେ। ସୋଫି ଏକ୍‌ଲେଷ୍ଟୋନ୍‌ ୪ ଓ ନାତାଲି ସିଭର୍‌ ୨ ୱିକେଟ୍‌ ନେଇ ଇଂଲଣ୍ଡର ବିଜୟ ଆଶା ବଢ଼ାଇଥିଲେ ମଧ୍ୟ ଶେଷରେ ମ୍ୟାଚ୍‌ ଅମୀମାଂସିତ ରହିବାକୁ ବାଧ୍ୟ ହୋଇଥିଲା।

ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ମହିଳା ପ୍ରଥମ ପାଳି: ୩୯୬/୯, ଘୋଷିତ (ହିଥର୍‌ ନାଇଟ୍‌-୯୫, ତାମି ବିଉମଣ୍ଟ୍‌-୬୬, ସୋଫିଆ ଡଙ୍କଲେ-୭୪*, ସ୍ନେହ ରାଣା-୪/୧୩୧, ଦୀପ୍ତି ଶର୍ମା-୩/୬୫)। ଭାରତ ମହିଳା ପ୍ରଥମ ପାଳି: ୮୧.୨ ଓଭରରେ ୨୩୧ (ସେଫାଳି ବର୍ମା-୯୬, ସ୍ମୃତି ମନ୍ଧାନା-୭୮, ଦୀପ୍ତି ଶର୍ମା-୨୯, ସୋଫି ଏସେଲଷ୍ଟୋନ୍‌-୪/୮୮, ହିଥର ନାଇଟ୍-୨/୭)। ଭାରତ ମହିଳା ଦ୍ବିତୀୟ ପାଳି (ଫଲୋଅନ୍‌): ୧୨୧ ଓଭରରେ ୩୪୪/୮ (ସେଫାଳି ବର୍ମା-୬୩, ଦୀପ୍ତି ଶର୍ମା-୫୪, ସ୍ନେହା ରାଣା-୮୦*, ପୂନମ୍‌ ରାଉତ-୩୯, ତାନିଆ ଭାଟିଆ-୪୪*, ସୋଫି ଏକ୍‌ଲେଷ୍ଟୋନ୍‌-୪/୧୧୮, ନାତାଲି ସିଭର-୨/୨୧, କାଥେରିନ୍ ବ୍ରଣ୍ଟ୍‌-୧/୪୯, ହିଥର ନାଇଟ୍‌-୧/୪୧)।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ