ଖେଳ

ଡବ୍ଲ୍ୟୁଟିସି ଫାଇନାଲ୍: କୋହଲି-ରାହାଣେ ପାଳି ସଜାଡ଼ିଲେ

ସାଉଥମ୍ପଟନ୍: ବହୁ ପ୍ରତୀକ୍ଷିତ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍‌ର ପ୍ରଥମ ଦିନର ଖେଳକୁ ବର୍ଷା ସଂପୂର୍ଣ୍ଣ ଧୋଇ ନେଇଥିଲା। ଦ୍ବିତୀୟ ଦିନରେ ବି ଇନ୍ଦ୍ର ଦେବତା ମଝିରେ ଓ ଶେଷ ଆଡ଼କୁ କୋପ ଦୃଷ୍ଟି ପକାଇବାରୁ ଏକାଧିକ ଥର ଖେଳ ବନ୍ଦ ରହିଥିଲା। ତଥାପି ଟସ୍ ପଡ଼ିବା ସହ ପାଖାପାଖି ୬୫ ଓଭରର ଖେଳ ସମ୍ଭବ ହୋଇଥିଲା। ଫଳରେ ଖେଳ ଦେଖିବାକୁ ଦୀର୍ଘ ସମୟ ଅପେକ୍ଷା କରିଥିବା ପ୍ରଶଂସକଙ୍କ ମନ କିଛିଟା ଖୁସି ହୋଇଥିଲା। ତେବେ ଆଜି ବି ଅନ୍ୟୂନ ୨୫ ଓଭରର ଖେଳ ସମ୍ଭବ ନହେବା ସେମାନଙ୍କ ସହ କ୍ରିକେଟ୍ ପଣ୍ଡିତଙ୍କୁ ବି ବ୍ୟଥିତ କରିଥିଲା।

ଶନିବାର ନ୍ୟୁଜିଲାଣ୍ଡ ଟସ୍ ଜିତି କୋହଲା ପାଗର ସଂପୂର୍ଣ୍ଣ ଫାଇଦା ଉଠାଇବା ଲାଗି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ୩ ମାସର ବ୍ୟବଧାନ ପରେ ଟେଷ୍ଟ୍ କ୍ରିକେଟ୍ ଖେଳୁଥିବା ଭାରତୀୟ କ୍ରିକେଟ୍ ଦଳ କିନ୍ତୁ ଭଲ ଆରମ୍ଭ ପାଇଥିଲା। ରୋହିତ ଶର୍ମା (୩୪) ଓ ଯୁବ ତାରକା ଶୁବମନ ଗିଲ୍ (୨୮) ପ୍ରଥମ ୱିକେଟ୍‌ରେ ୬୨ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଏଥିପାଇଁ ପ୍ରଥମ ଅଧିବେସନ ଏକପ୍ରକାର ଭାରତ ଖାତାକୁ ଯାଇଥିଲା। ତେବେ ଉଭୟ ରୋହିତ ଓ ଶୁବମନଙ୍କୁ ଗୋଟିଏ ରନ୍ ଭିତରେ ପ୍ୟାଭିଲିୟନ ଫେରାଇ ନ୍ୟୁଜିଲାଣ୍ଡ ମ୍ୟାଚ୍‌କୁ ଫେରିଥିଲା। ପରେ ପରେ ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା (୮)ଙ୍କୁ ଟ୍ରେଣ୍ଟ ବୋଲ୍ଟ କୌଶଳକ୍ରମେ ଏଲବିଡବ୍ଲ୍ୟୁ କରିବା ପରେ ଭାରତ ୮୮ ରନ୍‌ରେ ଶୀର୍ଷ ୩ ବ୍ୟାଟରଙ୍କୁ ହରାଇଥିଲା। ଏହା ପରେ କିନ୍ତୁ ଅଧିନାୟକ ବିରାଟ କୋହଲି (୪୪*) ଓ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ (୨୯*) ଅବିଭାଜିତ ଚତୁର୍ଥ ୱିକେଟ୍‌ରେ ୫୮ ରନ୍ ଯୋଡ଼ି ସ୍ଥିତି ସମ୍ଭାଳି ନେଇଥିଲେ। ଦ୍ବିତୀୟ ଦିନ ଖେଳର ଷ୍ଟମ୍ପ୍ସ ଅପସାରଣ ବେଳକୁ ଭାରତ ୬୪.୪ ଓଭରରେ ୩ ୱିକେଟ୍ ହରାଇ ୧୪୬ ରନ୍ କରିଥିଲା।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ