ମନୋରଞ୍ଜନ

କଣ୍ଠଶିଳ୍ପୀରୁ ବିଚାରକ, କୋଟି କୋଟି ଓଡିଆଙ୍କ କଣ୍ଠରେ ରାଜ୍ କରୁଥିବା ତପୁଙ୍କୁ ଝୁରୁଛି ସଂଗୀତ ଜଗତ

ଭୁବନେଶ୍ୱର ୨୦/୬ : ତପୁ ମିଶ୍ର । କୋଟି କୋଟି ଓଡିଆଙ୍କ କଣ୍ଠରେ ଶୁଣିବାକୁ ମିଳେ ତାଙ୍କରି ଗୀତ । ସେ ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଜଗତରେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି । ଏହାଛଡ଼ା ତପୁ ଓଡ଼ିଆ ଦୂରଦର୍ଶନ କାର୍ଯ୍ୟକ୍ରମରେ ଜଣେ ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଭଏସ୍ ଅଫ୍ ଓଡ଼ିଶାରେ ଜଣେ ଜଣେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ଯେଉଁଥିରେ ତାଙ୍କ ସହ ଗୁଡ୍‌ଲି ରଥ ଏବଂ ପମି ଅନ୍ୟ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।

ଚକ୍‌ଲେଟ୍‌ (୨୦୧୧), ମନ ମୋର ପ୍ରଜାପତି (୨୦୧୧), ଲୋଫର୍ (୨୦୧୧), ମୋଷ୍ଟ ୱାଣ୍ଟେଡ଼ (୨୦୧୧), ତୁ ଥାଆ ମୁଁ ଯାଉଚି ରୁଷି (୨୦୧୦), ଅଞ୍ଜଳି (୨୦୧୦), ଓଁ ନମଃ ଶିବାୟ (୨୦୧୦), ଏଇ ମିଳନ ଯୁଗ ଯୁଗର (୨୦୧୦) ସ୍ୱୟଂସିଦ୍ଧା (୨୦୧୦), ଭୁଲ୍ ବୁଝିବନି ମତେ (୨୦୧୦), ପହିଲି ରଜ (୨୦୧୦), ସଞ୍ଜୁ ଆଉ ସଞ୍ଜନା (୨୦୧୦) ଦିଲ୍ ତ‌ତେ ଦେଇଚି (୨୦୧୦) ତୋ’ ଆଖିରେ ମୁଁ (୨୦୧୦),

ଶୁଭ ବିବାହ (୨୦୧୦), ଆଖି ପଲକରେ ତୁ (୨୦୧୦) , ମିତରେ ମିତ (୨୦୦୯), ଲଭ୍ ଡଟ୍ କମ୍ (୨୦୦୯), କେଉଁ ଦୁନିଆରୁ ଆସିଲ ବନ୍ଧୁ (୨୦୦୯), ରୋମିଓ- ଦ ଲଭର୍ ବୟ (୨୦୦୯), ଆଇଲାରେ ଓଡ଼ିଆ ପୁଅ (୨୦୦୯), ପ୍ରେମୀ ନଂ ୱାନ୍ (୨୦୦୯), ଡ୍ରିମ୍ ଗାର୍ଲ (୨୦୦୯), ଆ’ରେ ସାଥି ଆ (୨୦୦୯), ଆ’ ଜ‌ହ୍ନରେ ଲେଖିବା ନାଁ (୨୦୦୯), ଧୀରେ ଧୀରେ ପ୍ରେମ ହେଲା (୨୦୦୯), ପ୍ରେମ ରୋଗୀ (୨୦୦୯), ନନ୍ଦିନୀ ଆଇ ଲଭ୍ ୟୁ (୨୦୦୮), ମତେ ତ ଲଭ ହେଲାରେ (୨୦୦୮)ରେ ସେ କଣ୍ଠଦାନ ସହ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ସେହିଭଳି କଳିଙ୍ଗ ପୁତ୍ର (୨୦୦୮), ବନ୍ଦେ ଉତ୍କଳ ଜନନୀ (୨୦୦୮),ମତେ ଆଣିଦେଲ ଲକ୍ଷେ ଫଗୁଣ (୨୦୦୮), ବନ୍ଦେ ଉତ୍କଳ ଜନନୀ (୨୦୦୮), ସମୟ ହାତରେ ଡୋରି (୨୦୦୭), ଲାଲ ଟୁକ୍ ଟୁକ୍ ସାଧବବୋହୂ (୨୦୦୭), ରସିକ ନାଗର (୨୦୦୭) , ଏ ଯୁଗର କୃଷ୍ଣ ସୁଦାମା (୨୦୦୭), ଏ ମନ ମାନେନା (୨୦୦୭),ମୋ ସୁନା ପୁଅ (୨୦୦୭), ମୁଁ ତତେ ଲଭ୍ କରୁଚି (୨୦୦୭)

ପାଗଳ ପ୍ରେମୀ (୨୦୦୭), ତୋ’ ପାଇଁ (୨୦୦୭), ଶାଶୁଘର ଚାଲିଯିବି (୨୦୦୬), ପ୍ରିୟା ମୋ ପ୍ରିୟା (୨୦୦୫), ଅର୍ଜୁନ (୨୦୦୫) ଆଇ ଲଭ୍ ୟୁ (୨୦୦୫), ଓ ମାଇଁ ଲଭ୍ (୨୦୦୫), ଟୋପାଏ ସିନ୍ଦୂର ଦି ଟୋପା ଲୁହ (୨୦୦୫), ବର୍ଷା ମାଇଁ ଡାର୍ଲିଙ୍ଗ୍ (୨୦୦୪), ରକତ ଚିହ୍ନିଛି ନିଜର କିଏ (୧୯୯୯) ଭଳି ଫିଲ୍ମରେ ବି ଶୁଣିବାକୁ ମିଳିଥିଲା ତାଙ୍କ କଣ୍ଠର ଯାଦୁ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ