ଖେଳ

ୱିମ୍ବଲଡନ୍‌ରୁ ଓହରିଲେ ଓସାକା

ଲସ୍‌ ଏ‌ଞ୍ଜେଲ୍ସ : ସାମ୍ବାଦିକ ସମ୍ମିଳନୀ ବିବାଦ ଯୋଗୁଁ ଫ୍ରେଞ୍ଚ୍‌ ଓପନ୍‌ ଦ୍ବିତୀୟ ରାଉଣ୍ଡରୁ ଓହରି ଯାଇଥିବା ଜାପାନ ‌ମହିଳା ଟେନିସ ତାରକା ନାଓମି ଓସାକାଙ୍କୁ ମଧ୍ୟ ୱିମ୍ବଲଡନ୍‌ରେ ଦେଖିବାକୁ ମିଳିବନି। ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ୱିମ୍ବଲଡନ୍‌ ଓପନ୍‌ରୁ ୨୩ ବର୍ଷୀୟ ଓସାକା ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଗୁରୁବାର ତାଙ୍କ ଏଜେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ‘‘ଚଳିତ ବର୍ଷ ନାଓମି ୱିମ୍ବଲଡନ୍‌ରେ ଖେଳିବେନି, ତାଙ୍କ ପରିବାର ଓ ସାଙ୍ଗସାଥୀଙ୍କୁ ସମୟ ଦେବା ଲାଗି ସେ ଏପରି ନିଷ୍ପତ୍ତି ନେଇଛନ୍ତି। ହେଲେ ସେ ନିଜ ଘରୋଇ ପ୍ରଂଶସକ ସମ୍ମୁଖରେ ଅଲିମ୍ପିକ୍‌ରେ ଖେଳିବା ଲାଗି ଉତ୍ସାହିତ ଅଛନ୍ତି ଏବଂ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି’’ ବୋଲି ଓସାକାଙ୍କ ଏଜେଣ୍ଟ ଷ୍ଟୁଆର୍ଟ ଡୁ‌ଗୁଇଡ୍‌ ଜଣାଇଛନ୍ତ। ଓସାକା ଏ ପର୍ଯ୍ୟନ୍ତ ୪ ଗ୍ରାଣ୍ଡ ସ୍ଲାମ୍‌ ନିଜ ନାମରେ କରିସାରିଲେଣି। ଏଥିରେ ଦୁଇଟି ଲେଖାଏଁ ୟୁଏସ୍‌ ଓପନ୍‌ (୨୦୧୮, ୨୦୨୦) ଏବଂ ଅଷ୍ଟ୍ରେଲିଆନ୍‌ ଓପନ୍‌ (୨୦୧୯, ୨୦୨୧) ରହିଛି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ