ଦେଶ ବିଦେଶ ମନୋରଞ୍ଜନ

ଜେନେଭା ଅବଜରଭରରେ ପ୍ରଦର୍ଶିତ ହେଲା ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର ‘ମେଘାସ୍ ଡାଇଭର୍ସ’

ଭୁବନେଶ୍ୱର : ଅଭିନେତ୍ରୀ ଦିବ୍ୟା ଦତ୍ତା, ତନିଷା ଚାଟର୍ଜୀ, ମଂଜରୀ ଫାଡନିସ୍ ଓ ଚନ୍ଦନ ଆନନ୍ଦଙ୍କ ଅଭିନୀତ ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର ‘ମେଘାସ୍ ଡାଇଭର୍ସ’ ନିକଟରେ ଜେନେଭା ଅବଜରଭର୍ସଠାରେ ପ୍ରଦର୍ଶିତ ହୋଇଛି ।

ଆଡେଲାଇନ୍ ଭନ୍ ଫର୍ଷ୍ଟେନବର୍ଗଙ୍କ ଜେନେଭା କନସେପ୍ଟ ୧୧ଟି ଦେଶର ୧୧ ଜଣ ଅନ୍ତର୍ଜାତୀୟ ଚଳଚିତ୍ର ନିର୍ମାତାଙ୍କ ଦ୍ୱାରା ନିର୍ମିତ କାହାଣୀଗୁଡିକୁ ଚୟନ କରିଥିଲା, ଯାହା ମାନବଜାତି ଓ ପରିବେଶ ମଧ୍ୟରେ ରହିଥିବା ଅନ୍ତର୍ନିହିତ ସମ୍ପର୍କ ଏବଂ ସେଗୁଡିକ କିଭଳି ବିଭିନ୍ନ ସ୍ତର ଓ ପରିମାପରେ ଜଳବାୟୁ ପରିବର୍ତନ ଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି ତାହାକୁ ପ୍ରତିଫଳନ କରୁଛି । ନୀଳ ମାଧବ ପଣ୍ଡା ହେଉଛନ୍ତି ଏକମାତ୍ର ଭାରତୀୟ ନିଦେ୍ର୍ଦଶକ ଯିଏକି ପରିବେଶୀୟ ପରିବର୍ତନ, ଗ୍ଲୋବାଲ ୱାର୍ମିଙ୍ଗ୍ ଓ ମାନବ ଜୀବନ ଉପରେ ଏହାର ପ୍ରଭାବ ପ୍ରସଙ୍ଗ ଉପରେ ଚଳଚିତ୍ର ନିର୍ମାଣ କରିଥାନ୍ତି ।

୧୧ଟି ଦେଶର ୧୧ଟି ପରସ୍ପର ନିର୍ଭରଶୀଳ ଚଳଚିତ୍ରର ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ନୀଳ ମାଧବ ପଣ୍ଡା/ଇଣ୍ଡିଆ, ଫୌଜି ବେନ୍ସାଇଦି/ମରୋକ୍କୋ, ମହମତ୍-ସାଲେ ହାରୁନ୍/ଚାଡ୍, ଆଶା ସୋର୍ଲେଫ୍ସୋତିର୍/ଆଇସ୍ଲ୍ୟାଣ୍ଡ, ସାଲୋମି ଲାମାସ୍/ ପର୍ତୁଗାଲ, ବେଟିନା ଓବର୍ଲି/ସ୍ୱିଜର୍ଲ୍ୟାଣ୍ଡ, ସାହରବାନୋ ସାଦତ୍/ଆଫ୍ଗାନିସ୍ତାନ, ସିଲ୍ଭିଓ ସୋଲଡିନି/ଇଟାଲୀ, ଡାନିଏଲା ଥୋମାସ୍/ବ୍ରାଜିଲ, ଲିଓନ୍ ୱାଙ୍ଗ୍/ଚୀନ୍ ଓ କାରିନ୍ ୱିଲିୟମ୍ସ / ନ୍ୟୁଜିଲ୍ୟାଣ୍ଡ ଆଦି ସାମିଲ ଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ