ଖେଳ ଦେଶ ବିଦେଶ

ପାଟ୍ କମିନ୍ସଙ୍କ ଘାତକ ବୋଲିଂ, କୋଲକାତାଠୁ ହାରି ଆଇପିଏଲରୁ ବିଦା ହେଲା ରାଜସ୍ଥାନ ରୟାଲ୍ସ

ଦୁବାଇ ୦୧।୧୧: ଅଧିନାୟକ ଇଆନ ମୋର୍ଗାନଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ପାଟ କମିନ୍ସଙ୍କ ଘାତକ ବୋଲିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୬୦ ରନରେ ପରାସ୍ତ କରିଛି। ପରାଜୟ ସହିତ ରାଜସ୍ଥାନ ରୟାଲ୍ସ ଟୂର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିବା ବେଳେ କୋଲକାତାର ପ୍ଲେଅଫ୍ ଖେଳିବା ଆଶା ଉଜ୍ଜୀବିତ ରହିଛି। ପ୍ରଥମେ ବ୍ୟାଟିଂ କରି କୋଲାକାତା ନାଇଟ୍ ରାଇଡର୍ସ ଅଧିନାୟକ ଇଅନ ମୋର୍ଗାନଙ୍କ ଅପରାଜିତ ୬୮ ରନ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୯୧ ରନ କରିଥିଲା। ଜବାବରେ ରାଜସ୍ଥାନ ରୟାଲ୍ସ ପାଟ୍ କମିନ୍ସ, ଶିବମ ମାଭିଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୧ ରନରେ ସୀମିତ ରହିଥିଲା। ପାଟ କମିନ୍ସ ୪ ଓ୍ଵିକେଟ୍ ନେଇ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୁମିକା ଗ୍ରହଣ କରିଛନ୍ତି। ଏବେ କୋଲକାତାକୁ ମୁମ୍ବାଇ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ। ମୁମ୍ବାଇ ଜିତିଲେ କୋଲକାତାର ପ୍ଲେଅଫ୍‌ରେ ଜିତିବାର ସମ୍ଭାବନା ରହିବ।

୧୯୨ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ରାଜସ୍ଥାନ ରୟାଲ୍ସ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ବିଶେଷ କରି ପାଟ୍ କମିନ୍ସ ରାଜସ୍ଥାନର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିବା ବେଳେ ଶିବମ ମାଭି ରନଗତି ଉପରେ ଅଙ୍କୁଶ ଲଗାଇଥିଲେ। କୋଲକାତା ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରିନପାରି ରାଜସ୍ଥାନ ୯ ଓ୍ଵିକେଟ୍ ହରାଇ ୧୩୧ ରନରେ ସୀମିର ରହିଥିଲା। ଦଳ ପକ୍ଷରୁ ଜୋସ୍ ବଟଲର ସର୍ବାଧିକ ୩୫ ରନ କରିଥିବା ବେଳେ ରାହୁଲ ତେଓ୍ଵତିଆ ୩୧ ରନ ଏବଂ ଶ୍ରେୟସ ଗୋପାଲ ଅପରାଜିତ ୨୩ ରନ କରିଥିଲେ। କୋଲକାତା ପକ୍ଷରୁ ପାଟ୍ କମିନ୍ସ ସର୍ବାଧିକ ୪ ଓ୍ଵିକେଟ୍ ନେଇଥିବା ବେଳେ ଶିବମ ମାଭି ଓ ବରୁଣ ଚକ୍ରବର୍ତ୍ତୀ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ୍ ରାଇଡର୍ସକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା। ନୀତିଶ ରାଣା(୦ ରନ) ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ଏହା ପରେ ଶୁଭମାନ ଗିଲ୍ ଓ ରାହୁଲ ତ୍ରିପାଠୀ ଦଳର ଇନିଂସ ସମ୍ଭାଳିଥିଲେ। ଦ୍ରୁତ ବ୍ୟାଟିଂ କରି ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୨ ରନ ଯୋଡିଥିଲେ। ଏହା ପରେ ଦଳକୁ ଲାଗ ଲାଗ ୩ ଝଟକା ଲାଗିଥିଲା। ଶୁଭମାନ ଗିଲ୍ ୨୪ ବଲରୁ ୬ ଚୌକା ସହ ୩୬ ରନ କରିଥିଲେ। ଏହା ପରେ ରାହୁଲ ତ୍ରିପାଠୀ ଭଲ ବ୍ୟାଟିଂ କରି ୩୯ ରନ କରି ଆଉଟ୍ ହୋଇଥିଲେ। ସୁନିଲ ନାରିନେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ।

ଦିନେଶ କାର୍ତ୍ତିକ ମଧ୍ୟ ଦଳକୁ ନିରାଶ କରି ୦ ରନରେ ପାଭିଲିୟନ ଫେରିଥିଲେ। ୯୯ ରନରେ ୫ ଓ୍ଵିକେଟ୍ ହରାଇବା ପରେ ଅଧିନାୟକ ଇଅନ ମୋର୍ଗାନ ଦଳର ବ୍ୟାଟିଂ ସମ୍ଭାଳିଥିଲେ। ସେ ଆନ୍ଦ୍ରେ ରସେଲଙ୍କ ସହ ଷଷ୍ଠ ଓ୍ଵିକେଟ୍‌ରେ ୪୫ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ରସେଲ ବିସ୍ଫୋରକ ବ୍ୟାଟିଂ କରି ୧୧ ବଲରୁ ୧ ଚୌକା ଓ ୩ ଛକା ସହ ୨୫ ରନ କରି ପାଭିଲିୟନ ଫେରିଥିଲେ। ଏହି କ୍ରମରେ ଇଅନ ମୋର୍ଗାନ ଆଇପିଏଲରେ ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷ ପର୍ଯ୍ୟନ୍ତ ରହି ସେ ୩୫ ବଲରୁ ୫ ଚୌକା ଓ ୬ ଛକା ସହ ୬୮ ରନ କରିଥିଲେ। କୋଲକାତା ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୯୧ ରନ କରିଥିଲ

ରାଜସ୍ଥାନ ରୟାଲ୍ସ ପକ୍ଷରୁ ରାହୁଲ ତେଓ୍ଵତିଆ ୩ ସଫଳତା ପାଇଥିବା ବେଳେ କାର୍ତ୍ତିକ ତ୍ୟାଗୀ ୨, ଜୋଫ୍ରା ଆର୍ଚର ଏବଂ ଶ୍ରେୟସ ଗୋପାଲ ଗୋଟିଏ ଓ୍ଵିକେଟ୍ ନେଇଥିଲା।

କୋଲକାତା ବ୍ୟାଟିଂ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ୍ ରାଇଡର୍ସକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା। ନୀତିଶ ରାଣା(୦ ରନ) ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ଏହା ପରେ ଶୁଭମାନ ଗିଲ୍ ଓ ରାହୁଲ ତ୍ରିପାଠୀ ଦଳର ଇନିଂସ ସମ୍ଭାଳିଥିଲେ। ଦ୍ରୁତ ବ୍ୟାଟିଂ କରି ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୨ ରନ ଯୋଡିଥିଲେ। ଏହା ପରେ ଦଳକୁ ଲାଗ ଲାଗ ୩ ଝଟକା ଲାଗିଥିଲା। ଶୁଭମାନ ଗିଲ୍ ୨୪ ବଲରୁ ୬ ଚୌକା ସହ ୩୬ ରନ କରିଥିଲେ। ଏହା ପରେ ରାହୁଲ ତ୍ରିପାଠୀ ଭଲ ବ୍ୟାଟିଂ କରି ୩୯ ରନ କରି ଆଉଟ୍ ହୋଇଥିଲେ। ସୁନିଲ ନାରିନେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ।

ଦିନେଶ କାର୍ତ୍ତିକ ମଧ୍ୟ ଦଳକୁ ନିରାଶ କରି ୦ ରନରେ ପାଭିଲିୟନ ଫେରିଥିଲେ। ୯୯ ରନରେ ୫ ଓ୍ଵିକେଟ୍ ହରାଇବା ପରେ ଅଧିନାୟକ ଇଅନ ମୋର୍ଗାନ ଦଳର ବ୍ୟାଟିଂ ସମ୍ଭାଳିଥିଲେ। ସେ ଆନ୍ଦ୍ରେ ରସେଲଙ୍କ ସହ ଷଷ୍ଠ ଓ୍ଵିକେଟ୍‌ରେ ୪୫ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ରସେଲ ବିସ୍ଫୋରକ ବ୍ୟାଟିଂ କରି ୧୧ ବଲରୁ ୧ ଚୌକା ଓ ୩ ଛକା ସହ ୨୫ ରନ କରି ପାଭିଲିୟନ ଫେରିଥିଲେ। ଏହି କ୍ରମରେ ଇଅନ ମୋର୍ଗାନ ଆଇପିଏଲରେ ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷ ପର୍ଯ୍ୟନ୍ତ ରହି ସେ ୩୫ ବଲରୁ ୫ ଚୌକା ଓ ୬ ଛକା ସହ ୬୮ ରନ କରିଥିଲେ। କୋଲକାତା ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୯୧ ରନ କରିଛି।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ରାହୁଲ ତେଓ୍ଵତିଆ ୩ ସଫଳତା ପାଇଥିବା ବେଳେ କାର୍ତ୍ତିକ ତ୍ୟାଗୀ ୨, ଜୋଫ୍ରା ଆର୍ଚର ଏବଂ ଶ୍ରେୟସ ଗୋପାଲ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ