ଖେଳ

WTC ଫାଇନାଲରେ ବର୍ଷା ପାଇଁ ବଢୁଛି ଟେନସନ୍ : ମ୍ୟାଚ୍ ଡ୍ର’ ହେଲେ କିଏ ହେବ ଚାମ୍ପିଅନ ? ଏମିତି ରହିଛି ଆଇସିସି ନିୟମ

ଲଣ୍ଡନ,୧୯/୦୬: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି । ବର୍ଷା କାରଣରୁ ପ୍ରଥମ ଦିନ ଖେଳ ଆରମ୍ଭ ହୋଇପାରି ନାହିଁ । ସାଉଥମ୍ପଟନରେ ଲଗାତର ବର୍ଷା ପାଇଁ ପ୍ରଥମ ଦିନର ଖେଳକୁ ରବ୍ଦ କରିଦିଆଯାଇଛି ।

ଷ୍ଟାଡିୟମରେ ଗୁରୁବାର ରାତିସାରା ବର୍ଷା ହେଉଥିଲା । ପୂର୍ବରୁ ମଧ୍ୟ ବର୍ଷା ହେବା ନେଇ ଆଶଙ୍କା କରାଯାଉଥିଲା । ଆକ୍ୟୁଓ୍ୱେଦର୍ ମଧ୍ୟ ୧୮ରୁ ୨୨ ଯାଏଁ ସାଉଥମ୍ପଟନରେ ବର୍ଷା ହେବା ନେଇ ଅନୁମାନ ଲଗାଇଥିଲା । ପ୍ରଥମ ଦିନର ଖେଳ ରବ୍ଦ ହେବା ପରେ ବି ମ୍ୟାଚ୍ ଆହୁରି ୫ ଦିନ ବାକି ରହିଛି । କାରଣ ଇଂଲଣ୍ଡର ଜଳବାୟୁକୁ ଦେଖି ପୂର୍ବରୁ ଆଇସିସି ପ୍ଲେଇଂ କଣ୍ଡିସନ୍ ବାବଦରେ ଘୋଷଣା କରିଥିଲା । ଆଇସିସି ଏହି ଟେଷ୍ଟ ପାଇଁ ଗୋଟିଏ ଦିନ ରିଜର୍ଭ ରଖିଥିଲା ।


ଆଇସିସି ଅନୁସାରେ, ରିଜର୍ଭ ଡେ ସେତେବେଳେ ବ୍ୟବହାର କରାଯିବ ଯେତେବେଳେ ୫ ଦିନିଆ ମ୍ୟାଚରେ ୩୦ ଘଣ୍ଟା ଖେଳ ହୋଇପାରିବ ନାହିଁ । ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାର ପ୍ରଥମ ଦିନ ଖେଳ ନହୋଇଥିବାରୁ ବାକି ୫ ଦିନରେ ୯୮ ଓଭର ଲେଖାଏଁ ଖେଳ ହେବ । ଦୈନିକ ଅତିରିକ୍ତ ୮ ଓଭର ଖେଳାଯିବ ।


ଏହାପରେ ବି ଯଦି ମ୍ୟାଚ୍ ଡ୍ର ରୁହେ ତେବେ ଉଭୟ ଟିମ୍‌କୁ ଯୁଗ୍ମ ଭାବେ ବିଜେତା ଘୋଷଣା କରାଯିବ । ମ୍ୟାଚ୍ ଟାଇ ହେଲେ ବି ଉଭୟ ଦଳ ମିଳିତ ଭାବେ ବିଜେତା ହେବେ । ଏହି ନିଷ୍ପତ୍ତି ୨୦୧୮ ମସିହା ଜୁନ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଆରମ୍ଭ ହେବା ପୂର୍ବରୁ ନିଆଯାଇଥିଲା ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ