ଖେଳ

ଟୋକିଓ ପାଇଁ ଟିକେଟ୍‌, ୧୬ଜଣିଆ ପୁରୁଷ ହକି ଟିମ୍‌ରେ ୨ଓଡ଼ିଆ

ନୂଆଦିଲ୍ଲୀ ୧୮।୦୬ : ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷଣା ହୋଇଛି ଭାରତୀୟ ପୁରୁଷ ହକି ଦଳ । ଏହି ୧୬ଜଣିଆ ଟିମରେ ସ୍ଥାନ ପାଇଛନ୍ତି ୨ ଓଡ଼ିଆ। ବିରେନ୍ଦ୍ର ଲାକ୍ରା ଓ ରୋହିତ ଅମିତ ଦାସ ଦଳରେ ସାମିଲ କରାଯାଇଛି। ଏନେଇ ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚଳିତ ବର୍ଷ ଟୋକିଓ ଅଲମ୍ପିକ୍ସରେ ବହୁ ଯୁବ ତାରକା ଡେବ୍ୟୁ କରିବେ।

ତେବେ ଘୋଷଣା ହୋଇଥିବା ୧୬ ଜଣିଆ ପୁରୁଷ ହକି ଟିମରେ ପି ଶ୍ରୀଜେଶ, ହରମନପ୍ରୀତ ସିଂ, ରୂପିନ୍ଦର ପାଲ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗ. ନୀଳକଣ୍ଠ ଶର୍ମା, ସୁମିତ, ସମଶେର ସିଂ, ଦିଲପ୍ରୀତ୍ ସିଂ, ଗୁରଞ୍ଜତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ ସାମିଲ ଅଛନ୍ତି । ଏହି ଖେଳାଳିଙ୍କୁ ନେଇ ଟୋକିଓ ଅଲମ୍ପିକ୍ସକୁ ଓହ୍ଲାଇବ ଭାରତୀୟ ପୁରୁଷ ହକି ଦଳ।

ସୂଚନାଯୋଗ୍ୟ ଯେ, ଭାରତୀୟ ପୁରୁଷ ହକି ଦଳ ଏବେ ଭଲ ଫର୍ମରେ ରହିଛି । କରୋନା ମହାମାରୀ ଯୋଗୁ ଗତ ଏକ ବର୍ଷ ମଧ୍ୟରେ ଅଧିକ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନାହିଁ ଟିମ ଇଣ୍ଡିଆ । ତଥାପି ଚଳିତ ବର୍ଷ ବିଦେଶ ଗସ୍ତରେ ଏବଂ ଏଫ୍‌ଆଇଏଚ୍‌ ପ୍ରୋ ଲିଗରେ ଦଳର ପ୍ରଦର୍ଶନ ଅତି ଚମତ୍କାର ରହିଥିଲା । ତେଣୁ ଟୋକିଓରେ ଭାରତ ପଦକ ଦାବିଦାର ରହିଛି । ତେବେ ଦଳରେ ଦୁଇ ଓଡ଼ିଆ ପୁଅଙ୍କୁ ସ୍ଥାନ ମିଳିଥିବାରୁ ଓଡ଼ିଶାରେ ମଧ୍ୟ ଖୁସିର ଲହର ଖେଳିଯାଇଛି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ