ମନୋରଞ୍ଜନ

ଖତ୍ରୋଁ କେ ଖିଲାଡି ୧୧ ର ପ୍ରତିଯୋଗୀ ଅନୁଷ୍କା ସେନ କରୋନା ସଂକ୍ରମିତ, ଆଇସୋଲେଟରେ ଅଛନ୍ତି ଅଭିନେତ୍ରୀ

ନୂଆଦିଲ୍ଲୀ ୧୭/୦୬: ବଲିଉଡ ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀଙ୍କ ଆଡଭେଞ୍ଚର୍ସ ଟିଭି ରିଆଲିଟି ସୋ ‘ଖତ୍ରୋଁ କେ ଖିଲାଡି ୧୧’ର ପ୍ରତିଯୋଗୀ ଅନୁଷ୍କା ସେନଙ୍କ କରୋନା ରିପୋର୍ଟ ପଜିଟିଭ୍ ହୋଇଛି। ଯାହା ପରେ ତାଙ୍କୁ କ୍ୱାରାଣ୍ଟାଇନ୍ କରାଯାଇଛି । ତେବେ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।

ସୋମବାର ଅନୁଷ୍କାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ପଜିଟିଭ୍ ରିପୋର୍ଟ ପରେ ଅନୁଷ୍କାଙ୍କୁ ଆସୋଲେଟ୍ କରାଯାଇଛି। ଅନୁଷ୍କାଙ୍କ ଭିତରେ କରୋନା ଭାଇରସର କୌଣସି ଲକ୍ଷଣ ଦେଖାଯାଇ ନାହିଁ, ତଥାପି ତାଙ୍କୁ ଲୋକଙ୍କଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି।

ଅନୁଷ୍କାଙ୍କ ପଜିଟିଭ ରିପୋର୍ଟ ପରେ ଶୋ’ର ସମସ୍ତ ପ୍ରତିଯୋଗୀ ଏବଂ କ୍ରୁ ସଦସ୍ୟଙ୍କୁ ମଧ୍ୟ ଟେଷ୍ଟ କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ ଆସିଛି । ଏହା ସହିତ ସମସ୍ତ ପ୍ରତିଯୋଗୀ ସୁରକ୍ଷିତ ଅଛନ୍ତି । ଅନୁଷ୍କା ଆସୋଲେସନ୍ ହେବା ପରେ ବାକି ଟିମ୍ ଏବଂ କ୍ରୁ ସଦସ୍ୟଙ୍କ ସହ ସୁଟିଂ ଶେଷ ହୋଇଛି।

କେପଟାଉନରେ ଖତ୍ରୋଁ କେ ଖିଲାଡି -୧୧ ସୁଟିଂ ଚାଲିଛି । ଯେଉଁଠାରେ ଶ୍ୱେତା ତିୱାରୀ, ରାହୁଲ ବୈଦ୍ୟ, ଦିବ୍ୟଙ୍କା ତ୍ରିପାଠୀ, ନିକ୍କି ତମ୍ବୋଲି, ଅବିନଭ ଶୁକ୍ଲା, ବିଶାଲ ଆଦିତ୍ୟ ସିଂ, ଆସ୍ତା ଗିଲ, ସୌରଭ ରାଜ ଜୈନ, ଅର୍ଜୁନ ବିଜଲାନି, ମହଲ ଚହଲ, ବରୁଣ ସୁଦ ଏବଂ ସାନା ମକବୁଲ ସୁଟିଂ କରୁଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ