ଖେଳ

ସାମ୍ବାଦିକ ସମ୍ମିଳନୀରେ କୋଲା ବୋ‌ତଲ କାଢ଼ିଦେଲେ ରୋନାଲ୍‌ଡୋ

ବୁଦାପେଷ୍ଟ: ପର୍ତ୍ତୁଗାଲ ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ କାର୍ବୋନେଟେଡ୍‌ ମୃଦୁ ପାନୀୟ ପସନ୍ଦ ନୁହେଁ ବୋଲି ଜଣାପଡ଼ିଛି। ମଙ୍ଗଳବାର ୟୁରୋ ୨୦୨୦ରେ ତାଙ୍କ ଦଳ ନିଜର ପ୍ରଥମ ମ୍ୟାଚ୍‌ରେ ହଙ୍ଗେରୀ ବିପକ୍ଷରେ ଖେଳିବ। ଏହାପୂର୍ବରୁ ସୋମବାର ଅନୁଷ୍ଟିତ ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ରୋନାଲ୍‌ଡୋ ଯୋଗ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଟେବୁଲ ଉପରେ ଦୁଇଟି କୋଲା କମ୍ପାନିର ମୃଦୁ ପାନୀୟ ରହିଥିଲା। ୩୬ ବର୍ଷୀୟ ରୋନାଲ୍‌ଡୋ କୋଲା ବୋତଲକୁ ଘୁଞ୍ଚାଇ ପାଣି ବୋତଲ ଦେବାକୁ କହିଥିଲେ। କମ୍ପାନି ସହ କୌଣସି ଶତ୍ରୁତା ନୁହେଁ ପାଣି ପିଇବା ଲାଗି ଉତ୍ସାହିତ କରିବାକୁ ରୋନାଲ୍‌ଡୋ ଏପରି କରିଥିବା ଜଣାପଡ଼ିଛି। କୋକାକୋଲା ୟୁରୋ ୨୦୨୦ର ସହପ୍ରାୟୋଜକ ରହିଛି। ତେବେ ରୋନାଲ୍‌ଡୋଙ୍କ ଏହି ଆଚରଣରେ କମ୍ପାନି କୌଣସି ପ୍ରତିକ୍ରିୟା ରଖିନି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ