କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

କଟକରେ ଦଶହରା ଯେଭଳି ହେଲା ସେପରି ପାଳିତ ହେବ କାଳୀ ପୂଜା, ଖୋଲିବ ବାଣ ଦୋକାନ

କଟକ ୨।୧୧: କଟକରେ ଦୂର୍ଗା ପୂଜା ଭଳି ପାଳିତ ହେବ କାଳୀ ପୂଜା । ଚଳିତ ବର୍ଷ କାଳୀ ପୂଜାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପ୍ରତୀକ୍ ସିଂ । କୋଭିଡ୍ କଟକଣା ମଧ୍ୟରେ ସହରରେ ଯେଉଁଭଳି ଦଶହରା ପାଳିତ ହୋଇଥିଲା ସେଭଳି ଭାବେ କାଳୀପୂଜା ମଧ୍ୟ କରାଯିବ । ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଖରୀ କରାଯାଇ ବିସର୍ଜନ କରାଯିବ ।

ସୁରକ୍ଷା ଦୃଷ୍ଟିରୁ ସହରରେ କାଳୀ ପୂଜା ସମୟରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏହାସହ ୫୦ ଜଣ ଅଫିସର ମଧ୍ୟ ନିୟୋଜିତ ହେବେ ।

ଅନ୍ୟପଟେ ବାଣ ଦୋକାନ ଖୋଲିବାକୁ ମଧ୍ୟ ଅନୁମତି ମିଳିବ ବୋଲି ଡିସିପି ସୂଚନା ଦେଇଛନ୍ତି । ଏଥିପାଇଁ ପୂର୍ବରୁ ଡିସିପିଙ୍କ କାର୍ଯ୍ୟାଳୟରୁ ଲାଇସେନ୍ସ ନେବାକୁ ହେବ । ଲାଇସେନ୍ସ ନେବା ପରେ ବ୍ୟବସାୟୀମାନେ ବାଣ ଦୋକାନ ଖୋଲିପାରିବେ ଡିସିପି କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,