ମନୋରଞ୍ଜନ

ପଚିଶ ବର୍ଷ ପରେ ଖିଲାଡ଼ିଓଁ କା ଖିଲାଡ଼ି

ପଚିଶ ବର୍ଷ ତଳେ ଆକ୍ସନ୍‌ ଷ୍ଟାର୍ ଅକ୍ଷୟ କୁମାରଙ୍କୁ ଚଳଚ୍ଚିତ୍ର ‘ଖିଲାଡ଼ିଓଁ କା ଖିଲାଡ଼ି’ରେ ଦେଖିବାକୁ ମିଳିଥିଲା। ଏଥିରେ ଅକ୍ଷୟଙ୍କ ବିପକ୍ଷର ନାୟିକା ଥିଲେ ରବୀନା ଟଣ୍ଡନ। ପୁଣି ସୁନ୍ଦରୀ ରେଖା ମଧ୍ୟ ଏଥିରେ ଅକ୍ଷୟଙ୍କ ସହ ରିଲ୍ ରୋମାନ୍ସ କରିଥିଲେ। ଆଉ ଭିଲିଆନ୍ ଥିଲେ ଗୁଲସନ୍ ଗ୍ରୋଭର। ଉମେଶ ବର୍ମାଙ୍କ ନିର୍ଦ୍ଦେଶିତ ଏଇ ଚଳଚ୍ଚିତ୍ରଟି ସେତେବେଳେ ସୁପରହିଟ୍ ହେଇଥିଲା।

ତେବେ ପଚିଶ ବର୍ଷ ପରେ ଅକ୍ଷୟ କାହିଁକି ମନେପକେଇଛନ୍ତି ଏଇ ଫିଲ୍ମର ପ୍ରଚ୍ଛଦ କଥା। ନିଜ ଇନଷ୍ଟାଗ୍ରାମରେ ଅକ୍ଷୟ ଏକ ଫଟୋ ପୋଷ୍ଟ କରି ନିର୍ଦ୍ଦେଶକ ଉମେଶଙ୍କୁ ଆଉଥରେ ସତେଜ କରିବାକୁ ପ୍ରୟାସ କରିଛନ୍ତି। ହଁ ପଚିଶ ବର୍ଷ ପରେ କୌଣସି ଘଟଣା ବା ପ୍ରତିଷ୍ଠାକୁ ମନେଇବା ପାଇଁ ସିଲଭର ଜୁବୁଲି ପାଳନ କରାଯାଇଥାଏ। ଅକ୍ଷୟ ମଧ୍ୟ ସେଇ ସମାନ କଥା କହିବାକୁ ଚାହିଛନ୍ତି, ବିଶେଷ କରି ସେ ଯେଉଁ ରେସଲର ବା ଅଣ୍ଡର ଟେକରଙ୍କ ସାଙ୍ଗରେ ଫାଇଟ୍ କରିଥିଲେ, ସେଇ ଘଟଣାକୁ ମନେ ପକେଇଛନ୍ତି। ନିଜେ ତ ଜଣେ ରେସଲର ନ ଥିଲେ, କିନ୍ତୁ ଏଇ ଫିଲ୍ମରେ ଜଣେ ପ୍ରକୃତ ରେସଲରଙ୍କ ସହ ଫାଇଟ୍ କରି ସେ ଯେ ଜିତି ଯାଇଥିଲେ, ଏକଥା ଭାବିଲା ବେଳକୁ ତାଙ୍କ କାନମୁଣ୍ଡା ଝାଇଁ ଝାଇଁ ହେଇଯାଉଛି। ଆଜି ବି ସେ ଭୁଲିପାରିନାହାନ୍ତି ସେଇ ମୁଷ୍ଟଯୋଦ୍ଧା ବ୍ରିଆନ୍ ଲି’ଙ୍କୁ। ଏବେ ଅକ୍ଷୟ ନୂଆ ମୁଭି ‘ଅତରଙ୍ଗୀ ରେ’, ‘ସୂର୍ଯ୍ୟବଂଶୀ’ ଓ ‘ବେଲ୍ ବଟମ୍’ ୩ଟି ଫିଲ୍ମ କାମରେ ବ୍ୟସ୍ତ ଅଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ