ଖେଳ

WTC ଫାଇନାଲ ପାଇଁ ମାଞ୍ଜରେକର୍ ବାଛିଲେ ନିଜ ଟିମ୍ : ବାଦ୍ ପଡିଲେ ଜାଡେଜା, ଏହି ସବୁ ଖେଳାଳିଙ୍କୁ କଲେ ସାମିଲ

ନୂଆଦିଲ୍ଲୀ,୧୫/୦୬: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟସମ୍ୟାନ୍ ସଞ୍ଜୟ ମାଞ୍ଜରେକର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପାଇଁ ନିଜର ଚୂଡାନ୍ତ ଏକାଦଶ ବାଛିଚନ୍ତି । ସେ ନିଜ ଟିମ୍‌ରେ ୩ ଦ୍ରୁତ ବୋଲର ଓ ଜଣେ ସ୍ପିନରଙ୍କୁ ସାମିଲ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ଯେ, ସଞ୍ଜୟଙ୍କ ଟିମ୍‌ରେ ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କୁ ସ୍ଥାନ ମିଳିନାହିଁ ।

ମାଞ୍ଜରେକରଙ୍କ ଏକାଦଶରେ ଜସପ୍ରିତ ବୁମରାହ, ମହମ୍ମଦ ସାମିଙ୍କ ପରେ ମହମ୍ମଦ ସିରାଜଙ୍କୁ ସ୍ଥାନ ମିଳିଛି । ସେହିପରି ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ବାଦ୍ ଦେଇଛନ୍ତି ସଞ୍ଜୟ । ସେ ନିଜର ଟିମ୍‌କୁ ଇଂଲଣ୍ଡର ପରିସ୍ଥିତିକୁ ନଜରରେ ରଖି ଚୟନ କରିଛନ୍ତି ।

ଇଏସପିଏକ୍ରିକଇନଫୋକୁ ସାକ୍ଷାତକାରରେ ମାଞ୍ଜରେ କର କହିଛନ୍ତି ଯେ, ମ୍ୟାଚ୍ ବେଳେ ଆକାଶରେ ବାଦଲ ଘୋଟେଇ ହୋଇ ରହିବ । ମଝିରେ ମଝିରେ ସାମାନ୍ୟ ଖରା ହୋଇପାରେ । ସମ୍ଭାବ୍ୟ ପାଗକୁ ନଜରରେ ରଖି ଟିମ୍ ପ୍ରସ୍ତୁତ ହୋଇଛି । ମାଞ୍ଜରେକରଙ୍କ ଚୂଡାନ୍ତ ଏକାଦଶ ମୁତାବିକ, ଓପନିଂ କରିବେ ଶୁଭମନ ଗିଲ୍ ଓ ରୋହିତ ଶର୍ମା । ତୃତୀୟ ସ୍ଥାନରେ ଚେତେଶ୍ୱର ପୂଜାରା, ଚତୁର୍ଥରେ ବିରାଟ କୋହଲି, ପଞ୍ଚମ ସ୍ଥାନରେ ଆଜିଙ୍କ୍ୟ ରାହାଣେ ଓ ଷଷ୍ଠ ସ୍ଥାନରେ ହନୁମା ବିହାରୀ ଖେଳିବେ । ଏହାପରେ ଋଷଭ ପନ୍ତଙ୍କ ନମ୍ବର ଆସିବ ।

ସ୍ପିନର ଭାବେ ଆର ଅଶ୍ୱିନ ମାଞ୍ଜରେକରଙ୍କ ଟିମ୍‌ରେ ସ୍ଥାନ ପାଇଛନ୍ତି । ହନୁମା ବିହାରୀଙ୍କୁ ଦଳରେ ସ୍ଥାନ ଦେଇଥିବା ନେଇ ମାଞ୍ଜରେକର କହିଛନ୍ତି ଯେ, ଭାରତକୁ ଡିଫେନ୍ସ ଟେକନୋଲୋଜି ରଖିଥିବା ବ୍ୟାଟସମ୍ୟାନଙ୍କ ଆବଶ୍ୟକତା ରହିଛି । ପୂଜାରାଙ୍କୁ ଛାଡି ଶୀର୍ଷକ୍ରମରେ ଆଉ କେହି ରକ୍ଷାତ୍ମକ ବ୍ୟାଟିଂ କରୁଥିବା ବ୍ୟାଟସମ୍ୟାନ୍ ନାହାଁନ୍ତି । ତେଣୁ ସେ ବିହାରୀଙ୍କୁ ଷଷ୍ଠ ଓ ପନ୍ତଙ୍କୁ ସପ୍ତମ ସ୍ଥାନରେ ରଖିଛନ୍ତି ।

ସିରାଜଙ୍କୁ ନେଇ ସେ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଗସ୍ତରେ ୫ ଓ୍ୱିକେଟ୍ ନେଇଥିଲେ ସିରାଜ । ଏପରି ବୋଲରଙ୍କୁ ବାଦ୍ ଦେବା କଠିନ । ଇଶାନ୍ତ, ସାମି ଓ ବୁମରାହ ସିମ୍ ବୋଲର । ସିରାଜ ଏମାନଭଙ୍କଠାରୁ ଭିନ୍ନ ଅଟନ୍ତି ବୋଲି ସେ କହିଛନ୍ତି ।

ମାଞ୍ଜରେକରଙ୍କ ଟେଷ୍ଟ ଟିମ୍

ଜସପ୍ରିତ ବୁମରାହ, ମହମ୍ମଦ ସାମି, ମହମ୍ମଦ ସିରାଜ, ଶୁଭମନ ଗିଲ୍, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ ,ହନୁମା ବିହାରୀ,ଋଷଭ ପନ୍ତ, ଆର ଅଶ୍ୱିନ

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ