ମନୋରଞ୍ଜନ

ପବିତ୍ର ରିସ୍ତା ୨.୦: ଅଙ୍କିତା ଲୋଖଣ୍ଡେଙ୍କ ସହ ମାନବ ଭୂମିକାରେ ନଜର ଆସିବେ ଏହି ଅଭିନେତା

ନୂଆଦିଲ୍ଲୀ ୧୫/୦୬: ଲୋକପ୍ରିୟ ଟିଭି ସିରିଏଲ ‘ପବିତ୍ର ରିସ୍ତା’ ସିକ୍ୱେଲର ଖବର ଗତ ବର୍ଷ ଠାରୁ ଜାରି ରହିଛି। ଜୁନରେ ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ଏହାର ଆଲୋଚନା ଆରମ୍ଭ ହୋଇଥିଲା। କୁହାଯାଉଥିଲା ଯେ ଏକତା କପୁର ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପୁଣି ଏହି ସିରିଏଲ ଆରମ୍ଭ କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ ଏହି ସିରିଏଲର କାଷ୍ଟ ପାଇଁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁଯାୟୀ, ଅଙ୍କିତା ଲୋଖଣ୍ଡେ ଅର୍ଚ୍ଚନା ଭୂମିକାରେ ଏବଂ ଶାହିର ଶେଖ ମାନବ ଭୂମିକାରେ ରହିବେ।

୨୦୦୯ ରେ ଆସିଥିବା ଶୋ ‘ପବିତ୍ର ରିସ୍ତା’ ସହିତ ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେ ଘରେ ଘରେ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ। ଏହା ଥିଲା ଅଙ୍କିତାଙ୍କ ଡେବ୍ୟୁ ସିରିଏଲ । ଶୋ’ରେ ସୁଶାନ୍ତ ମାନବ ଏବଂ ଅଙ୍କିତା ଅର୍ଚ୍ଚନା ଭୂମିକାରେ ଥିଲେ ଏବଂ ଦର୍ଶକଙ୍କ ଠାରୁ ସେମାନଙ୍କୁ ବହୁତ ଭଲ ପାଇବା ମିଳିଥିଲା ​​। ୨୦୧୧ ରେ ସୁଶାନ୍ତ ସିଂ ରାଜପୁତ ଏହି ଶୋ ଛାଡିଥିଲେ। ତାଙ୍କ ପରେ ହିତେନ ତେଜୱାନୀ ୩ ବର୍ଷ ପାଇଁ ମାନବ ଭୂମିକାରେ ଅଭିନୟ କରିଥିଲେ। ଏହି ଶୋ ୨୦୧୪ ରେ ବନ୍ଦ ହୋଇଯାଇଥିଲା। ଗତ ବର୍ଷ ଠାରୁ ଶୋ’ର ପୁନଃ ଆରମ୍ଭ ହେବାର ଚର୍ଚ୍ଚା ହେଉଛି।

ସୂଚନା ଅନୁଯାୟୀ ପବିତ୍ର ରିସ୍ତା ୨.୦ ର କନସେପ୍ଟ ପ୍ରସ୍ତୁତ ହୋଇସାରିଛ । ଏକତା କପୁର କାଷ୍ଟିଂ କରୁଛନ୍ତି। ମାନବ ଭୂମିକା ପାଇଁ ଶାହୀର ଶେଖଙ୍କୁ ଚୟନ କରାଯାଇଛି । ଅନ୍ୟପକ୍ଷରେ ଅଙ୍କିତା ଲୋଖଣ୍ଡେ ଅର୍ଚ୍ଚନା ଭୂମିକାରେ ନଜର ଆସିବେ। ବାକି କାଷ୍ଟର ନିଷ୍ପତ୍ତି ନିଆଯିବ। ତେବେ ଏକତା କପୁର କିମ୍ବା ଅଙ୍କିତା ଲୋଖଣ୍ଡେଙ୍କ ତରଫରୁ କୌଣସି ଅଇସିଆଲ୍ ଘୋଷଣା କରାଯାଇ ନାହିଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ