ଖେଳ

ପ୍ରେମିକାଙ୍କ ସେକ୍ସ ଭିଡିଓ ଭାଇରାଲ କରିଦେଲେ ସନତ ଜୟସୂରିୟା, ପ୍ରତିଶୋଧ ନେବା ପାଇଁ ଘଟାଇଲେ ଏପରି କାଣ୍ଡ

ନୂଆଦିଲ୍ଲୀ, ୧୪୦୬ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନତ ଜୟସୁରିୟା ପୁଣି ବିବାଦରେ । ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଜୟସୂରିୟା ନିଜ ପ୍ରେମିକାଙ୍କ ସେକ୍ସ ଭିଡିଓ ଭାଇରାଲ କରିଛନ୍ତି । ୧୯୯୬ ଶ୍ରୀଲଙ୍କା ବିଶ୍ୱକପ୍ ବିଜୟୀ ଟିମ୍‌ରେ ସାମିଲ ଥିବା ଏହି ଖେଳାଳି ମୋଟ୍ ୫୮୬ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏଥିରେ ୧୧୦ଟି ଟେଷ୍ଟ ଥିବା ବେଳେ ୪୪୫ଟି ଦିନିକିଆ ଓ ୩୧ଟି ଟି୨୦ ଖେଳିଛନ୍ତି । ଏହାସହ ତାଙ୍କ ଖାତାରେ ୪୪୦ଟି ଓ୍ୱିକେଟ୍ ରହିଛି ।

ଜୟସୂରିୟା କ୍ରିକେଟ ମଇଦାନରେ ଭଲ ଖେଳୁଥିଲେ ମଧ୍ୟ ପଡିଆ ବାହାରେ ଅନେକ ବିବାଦରେ ଛନ୍ଦି ହୋଇ ରହିଛନ୍ତି । କେତେବେଳେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା ତ ପୁଣି କେତେବେଳେ ଅନ୍ୟ କିଛି ବିବାଦ ପାଇଁ ସେ ଚର୍ଚ୍ଚାରେ ରହୁଥିଲେ । ଏପରିକି ସେ ଏକଦା ନିଜ ବାନ୍ଧବୀଙ୍କ ସେକ୍ସ ଭିଡିଓ ସେୟାର କରି ଫସି ଯାଇଥିଲେ । ତାଙ୍କ ବିରୋଧରେ ଅଭିଯୋଗ ଥିଲା ଯେ, ସେ ପ୍ରତିଶୋଧ ନେବା ପାଇଁ ବାନ୍ଧବୀଙ୍କ ସହ ଏପରି କରିଥିଲେ । ସେ ବିବାହ କରି ମଧ୍ୟ ପରକୀୟା ପ୍ରୀତିରେ ସଂପୃକ୍ତ ଥିଲେ ।

୨୦୧୭ର ଏହି ମାମଲା

ଏହି ମାମଲା ୨୦୧୭ରେ ସାମ୍ନାକୁ ଆସିଥିଲା । ସେହି ସମୟରେ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଜୟସୂରିୟା ପ୍ରେମିକାଙ୍କ ଉପରେ ପ୍ରତିଶୋଧ ନେଇଥିଲେ । କଲୋମ୍ବୋ ଟେଲିଗ୍ରାଫ୍ ଅନୁସାରେ, ପ୍ରେମିକା ଜଣଙ୍କ ନିଜର କିଛି ଘନିଷ୍ଠଙ୍କୁ ଏ ବାବଦରେ କହିଥିଲେ । ସେ କହିଥିଲେ ଯେ, ଜୟସୂରିୟାଙ୍କ ସହ ତାଙ୍କର ନିର୍ବନ୍ଧ ସରଛି ।ଏହି କାର୍ଯ୍ୟକ୍ରମ ଏଖ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା । କାରଣ ସେହି ସମୟରେ ଜୟସୂରିଆ ନିଜ ପତ୍ନୀଙ୍କୁ ଛାଡପତ୍ର ଦେଇନଥିଲେ । ସେହି ସମୟରେ ଜୟସୂରିଆ କେବଳ ପୂର୍ବତନ କ୍ରିକେଟର ନୁହେଁ ବରଂ ମହିନ୍ଦା ରାଜପକ୍ଷେଙ୍କ ସରକାରରେ ମନ୍ତ୍ରୀ ମଧ୍ୟ ରହିଥିଲେ । ତେବେ ଏହି ମାମଲାକୁ ଚାପି ଦିଆଯାଇଥିଲା ।

ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ ଜୟସୂରିଆ ବିବାଦରେ ଫସିଥିଲେ । ୨୦୧୪ରେ ସେ କିଛି ଛାତ୍ରଙ୍କୁ ହିଂସା ପାଇଁ ଉସକାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ତେବେ ଶ୍ରୀଲଙ୍କର ପୂର୍ବତନ କ୍ରିକେଟରଜଣଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ