ଦେଶ ବିଦେଶ ମନୋରଞ୍ଜନ

ଟ୍ରାଫିକ୍ ସିଗନାଲରେ ଗାଡି ରଖି ନିତାଙ୍କୁ ପ୍ରପୋଜ୍ କରିଥିଲେ ମୁକେଶ: ଜବାବ୍ ନ ମିଳିବା ଯାଏଁ ଯିବେନି ବୋଲି କରିଥିଲେ ଜିଦ୍

ମୁମ୍ବାଇ ୦୧/୧୧ : ଭାରତୀୟ ମହିଳା ବ୍ୟବସାୟୀ ତଥା ରିଲାଏନ୍ସ ଫାଉଣ୍ଡେସନର ସଂସ୍ଥାପକ ନିତା ଅମ୍ବାନୀଙ୍କର ଆଜି ୫୭ତମ ଜନ୍ମଦିନ। ଇଣ୍ଡଷ୍ଟ୍ରିଆଲିଷ୍ଟ ତଥା ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀ ଇନ୍ଟରନ୍ୟାଶନାଲ୍ ସ୍କୁଲର ସଂସ୍ଥାପକ ଓ ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଏନ୍ସର ମାଲିକାଣି। ନିତା ୧୯୬୪ ମସିହା ନଭେମ୍ବର ୧ ତାରିଖରେ ମୁମ୍ବାଇରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ। ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ବିବାହ କାହାଣୀ ମଧ୍ୟ କୌତାହଳମୟ।

ନିତା ଅମ୍ବାନୀଙ୍କୁ ପିଲା ଦିନୁ ହିଁ ଶାସ୍ତ୍ରୀୟ ନୃତ୍ୟ ପ୍ରତି ସଉକିନ ଥିଲେ। କିନ୍ତୁ ତାଙ୍କ ମା ଚାହୁଁଥିଲେ ସେ ଆକାଉଣ୍ଟାଣ୍ଟ ହେବେ। ନୃତ୍ୟ ପ୍ରତି ନିତାଙ୍କ ସଉକ ଦେଖି ତାଙ୍କ ମା ତାଙ୍କୁ ୮ ବର୍ଷ ବୟସରେ ଭାରତ ନାଟ୍ୟମ ଶିଖାଇବା ଆରମ୍ଭ କରିଥିଲେ। ନିତା ଶିକ୍ଷକ ଓ ଇଣ୍ଟରିୟର ଡିଜାଇନର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।

ନିତା ଅମ୍ବାନୀ ନବରାତ୍ର ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଧିରୁଭାଇ ଅମ୍ବାନୀ ଓ କୋକିଲାବେନ ମଧ୍ୟ ଆସିଥିଲେ। ତାଙ୍କୁ ନିତାଙ୍କ ନୃତ୍ୟ ବହୁତ ଭଲ ଲାଗିଥିଲା। ସେମାନେ କାର୍ଯ୍ୟକ୍ରମ ଆୟୋଜକଙ୍କୁ ନିତାଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ଧିରୁଭାଇ ନିତାଙ୍କ ଘରକୁ ଫୋନ କରିଥିଲେ। ଏକ ଇଣ୍ଟରଭ୍ୟୁରେ ଏ ସମ୍ବନ୍ଧରେ ନିତା କହିଛନ୍ତି ଯେ ସେ ନିଜେ ଫୋନ ଉଠାଇଥିଲେ। ଫୋନରେ ଧିରୁଭାଇ ଯେତେବେଳେ କହିଥିଲେ ଯେ ସେ ଧିରୁଭାଇ ଅମ୍ବାନୀ କହୁଛନ୍ତି ନିତା ବିଶ୍ୱାସ କରିପାରିନଥିଲେ ଓ ରଙ୍ଗ ନମ୍ବର କହି ଫୋନ କାଟିଦେଇଥିଲେ। ସେ ପୁଣି ଫୋନ କଲେ ଓ ନିତା ପୁଣି ଫୋନ କାଟିଦେଇଥିଲେ। ତୃତୀୟଥର ଫୋନ ଆସିବାପରେ ନିତା ବିଶ୍ୱାସ କଲେ ଓ ଧିରୁଭାଇଙ୍କ ସହ କଥା ହୋଇଥିଲେ।

ମୁକେଶ ଅମ୍ବାନୀ ନିତାଙ୍କୁ ବାହାଘର ପାଇଁ ପ୍ରପୋଜ୍ କରିବା ଘଟଣା ମଧ୍ୟ ବହୁତ କୌତାହଳପୂର୍ଣ୍ଣ। ମୁକେଶ ଓ ନିତା କାରରେ ମୁମ୍ବାଇ ପେଡର୍ ରୋଡ୍ ଦେଇ ଯାଉଥିଲେ। ଏକ ଟ୍ରାଫିକ୍ ସିଗନାଲରେ କାର ଅଟକିଥିଲା। କାର୍ ଅଟକିବା ପରେ ମୁକେଶ ଅମ୍ବାନୀ ନିତାଙ୍କୁ ପଚାରିଥିଲେ, ‘ମୋତେ ବାହା ହେବ କି?’ ଏତିକିବେଳେ ସବୁଜ ସିଗନାଲ୍ ଆସିଥିଲା ଆଉ ଲୋକେ ପଛପଟୁ ହର୍ନ ତାଙ୍କୁ ଆଗକୁ ଯିବାକୁ କହିଥିଲେ। କିନ୍ତୁ ମୁକେଶ ଜିଦ୍ ଧରି ବସିଲେ ଯେ ଜବାବ୍ ନ ମିଳିବା ଯାଏଁ ସେ ଗାଡି ଚଲାଇବେ ନାହିଁ। ଏହାପରେ ନିତା ବାହାହେବା ପାଇଁ ହଁ ମାରିଦେଇଥିଲେ। ଏହାପରେ ମୁକେଶ ଅମ୍ବାନୀ ଗାଡି ଚଲାଇଥିଲେ ଓ ରାସ୍ତା ସଫା ହୋଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ