ମନୋରଞ୍ଜନ

ଅନୁପମ ଖେରଙ୍କୁ ବଡ ଝଟକା: ୩୬ ଘଣ୍ଟା ମଧ୍ୟରେ ଟ୍ୱିଟରରେ କମ ହେଲେ ୮୦ ହଜାର ଫଲୋଅର୍ସ

ନୂଆଦିଲ୍ଲୀ ୧୨/୦୬: ବଲିଉଡର ଭେଟେରାନ୍ ଅଭିନେତା ଅନୁପମ ଖେରଙ୍କ ଏକ ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟରେ ଅନୁପମ ଖେର ଦାବି କରିଛନ୍ତି ଯେ ମାତ୍ର ୩୬ ଘଣ୍ଟା ମଧ୍ୟରେ ତାଙ୍କର ୮୦ ହଜାର ଫଲୋଅର୍ କମ୍ ହୋଇଯାଇଛନ୍ତି ।

ଅନୁପମ ଖେରଙ୍କ ବିଷୟରେ ଗୋଟିଏ କଥା ସ୍ପଷ୍ଟ ଯେ ସେ ସୋସିଆଲ ମିଡିଆରେ ସେ ବହୁତ ସକ୍ରିୟ । ବଲିଉଡ ଠାରୁ ଆରମ୍ଭ କରି ରାଜନୈତିକ, ସାମାଜିକ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ସେ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରିଥାନ୍ତି। ସୋସିଆଲ ମିଡିଆରେ ଭିଡିଓ, ଫଟୋ ଇତ୍ୟାଦି ସେୟାର କରି ସେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାନ୍ତି। କିନ୍ତୁ ହଠାତ୍ ତାଙ୍କ ଫଲୋଅର୍ସ ଟ୍ୱିଟରରେ ହ୍ରାସ ପାଇବା ପରେ ସେ ବହୁତ ଚିନ୍ତିତ ହୋଇପଡିଛନ୍ତି ।

କମ୍ ହୋଇଥିବା ଫଲୋଅର୍ସଙ୍କ ବିଷୟରେ ଜାଣିବା ପାଇଁ ଅନୁପମ ଖେର ଟ୍ୱିଟରରେ ପ୍ରଶ୍ନ ପଚାରି ଲେଖିଛନ୍ତି, “ପ୍ରିୟ ଟ୍ୱିଟର ଏବଂ ଟ୍ୱିଟର ଇଣ୍ଡିଆ, ମୁଁ ଗତ ୩୬ ଘଣ୍ଟା ମଧ୍ୟରେ ୮୦ ହଜାର ଫଲୋଅର୍ସଙ୍କୁ ହରାଇଛି, ଏହା ଆପଣଙ୍କ ଆପରେ କୌଣସି ଟେକନିକ୍ ସମସ୍ୟା ନା ଆଉ କିଛି? ଏହା ମୋର ଅବ୍ଜରଭେସନ୍, କୌଣସି ଅଭିଯୋଗ ନୁହେଁ ।”

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ