ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ଇଂଲଣ୍ଡକୁ ଫେରିଲା ଲକଡାଉନ: ସଂକ୍ରମଣ ବୃଦ୍ଧିକୁ ଦେଖି ଡିସେମ୍ବର ୨ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଂଲଣ୍ଡକୁ ଫେରିଲା ଲକଡାଉନ । ପ୍ରଧାନମନ୍ତ୍ରୀ ବୋରିସ ଜୋନସନ ଡିସେମ୍ବର ୨ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ଇଂଲଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ଏହି ସମୟରେ ସ୍କୁଲ ଓ କଲେଜ ଖୋଲା ରହିବ । ରେସ୍ତୋରାଁ, ପବ , ହୋଟେଲ ବନ୍ଦ ରହିବ। ଲୋକଙ୍କ ଯିବା ଆସିବା ଉପରେ ବି ପ୍ରତିବନ୍ଧକ ଲଗାଯାଇଛି । ଗୋଟିଏ ମାସ ଲକଡାଉନ କରିବା ନେଇ ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।

ଇଂଲଣ୍ଡରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବୈଠକରେ ଚିନ୍ତାପ୍ରକଟ କରାଯାଇ ଲକଡାଉନ କରିବାକୁ ନିଷ୍ପତ୍ତି ହୋଇଥିଲା । ବ୍ରିଟେନରେ ପ୍ରତ୍ୟେକ ଦିନ ୨୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କେବଳ ଇଂଲଣ୍ଡରେ ୨୪ ଘଣ୍ଟାରେ ପାଖାପାଖି ୩୦ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ଏ ନେଇ ନିଜର ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୪ ସପ୍ତାହ ପରେ ଏ ନେଇ ସମୀକ୍ଷା କରାଯିବ ।

ଥିରେ କୁହାଯାଇଛି , ଆବଶ୍ୟକ ପଡ଼ିଲେ ଘରୁ ବାହାରନ୍ତୁ । ନ ହେଲେ ଘରୁ କାମ କରନ୍ତୁ । ଆବଶ୍ୟକ ନଥିଲେ ଯାତ୍ରା ନ କରିବାକୁ ବି ପରାମର୍ଶ ଦିଆଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ, ବ୍ୟାୟାମ ଓ ଜରୁରୀ କାମ ପଡ଼ିଲେ ହିଁ ଘରୁ ବାହାରିବାକୁ ସ୍ଥାନୀୟ ସରକାର ପରାମର୍ଶ ଦେଇଛନ୍ତି ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର