ମନୋରଞ୍ଜନ

କାମ ନଥିଲା, ଏଥିପାଇଁ ଟ୍ୟାକ୍ସ ଭରିବାରେ ବିଳମ୍ବ ହେଲା, ସରକାର ଚାହିଁଲେ ସୁଧ ନେଇ ପାରିବେ: କଙ୍ଗନା

ମୁମ୍ବାଇ ୦୯।୦୬: ଅଭିନେତ୍ରୀ କଙ୍ଗନା ରଣାଓ୍ଵତ କରୋନା କାଳରେ ଠିକ୍‌ରେ ନିଜର ଟ୍ୟାକ୍ସ ପୈଠ କରି ପାଆନ୍ତି। ଏହାର କାରଣ ମଧ୍ୟ ଦର୍ଶାଇଛନ୍ତି କଙ୍ଗନା ରଣାଓ୍ଵତ। ସେ କହିଛନ୍ତି, ମୁଁ ବଲିଉଡରେ ସବୁଠୁ ଅଧିକ ଟଙ୍କା ପାଉଥିବା ଅଭିନେତ୍ରୀ ହୋଇଥିଲେ ବି ବର୍ତ୍ତମାନ ସମୟରେ କର ପୈଠ କରି ପାରୁ ନାହିଁ। ଏହାର କାରଣ ତାଙ୍କ ପାଖରେ କୌଣସି କାମ ନଥିଲା।

ସେ ମଙ୍ଗଳବାର ରାତିରେ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି, ତାଙ୍କୁ ଏବେ ସରକାରଙ୍କୁ ମୋଟ୍ ଟ୍ୟାକ୍ସର ଅଧା ଟଙ୍କା ଦେବାକୁ ବାକି ରହିଛି। ରଣାଓ୍ଵତ କହିଛନ୍ତି, ହୋଇପାରେ ମୁଁ ଉଚ୍ଚତମ ଟ୍ୟାକ୍ସ ସ୍ଲାବରେ ଆସୁଛି ଏବଂ ନିଜ ଆୟର ପ୍ରାୟ ୪୫ ପ୍ରତିଶତ ଟ୍ୟାକ୍ସ ଭାବେ ଦେଉଛି, ତଥାପି ହାତରେ କାମ ନଥିବା କାରଣରୁ ଗତ ବର୍ଷର ମୋଟ୍ ଟ୍ୟାକ୍ସର ଅଧା ଟଙ୍କା ପୈଠ କରି ପାରି ନାହିଁ।

ନିକଟରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା କଙ୍ଗନା ରଣାଓ୍ଵତ କହିଛନ୍ତି, ସରକାର ବକେୟା ରାଶି ଉପରେ ସୁଧ ନେଉଛନ୍ତି। ଏହି ପଦକ୍ଷେପ ନିଶ୍ଚୟ ସ୍ଵାଗତଯୋଗ୍ୟ ପଦକ୍ଷେପ। ସେ ଲେଖିଛନ୍ତି, ମୋତେ କର ପୈଠ କରିବାରେ ବିଳମ୍ବ ହୋଇଛି। ଏଥିପାଇଁ ସରକାର ଏହି ବକେୟା ରାଶି ଉପରେ ସୁଧ ନିଅନ୍ତୁ। ବ୍ୟକ୍ତିଗତ ଭାବେ ଆମ ପାଇଁ କଠିନ ସମୟ। ଆମ ସମସ୍ତେ ଏକାଠି ମିଶି ସମୟକୁ ମଜବୁତ କରି ପାରିବା ବୋଲି ସେ କହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ